ବିଜେପି ଦେବଗିରି ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୋର ୨/୧/୨୦୨୧: ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ନେତା ରାକେଶ ମଲ୍ଲିକଙ୍କ ନେତୃତ୍ୱରେ ସୋର ବ୍ଲକ ଅନ୍ତର୍ଗତ ଦେବଗିରି ମଣ୍ଡଳ ପ୍ରଶିକ୍ଷଣ ଶିବିର ଶନିବାର ଉପେନ୍ଦ୍ର ପାଣିଗ୍ରାହୀଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରି ବକ୍ତବ୍ୟ ପ୍ରଦାନକରି ଥିଲେ।ରାଜ୍ୟ କାର୍ଯ୍ୟ କାରିଣୀ ସଦଦ୍ୟ ତଥା ସୋର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଶୁଭନା ମହାନ୍ତି, ଜିଲ୍ଲା ପ୍ରଶିକ୍ଷଣ ପ୍ରମୁଖ ପର୍ଶୁରାମ ପରିଡା, ରାଜ୍ୟକାର୍ଯ୍ୟକାରିଣୀ ସଦଦ୍ୟ ଶୁଭଙ୍କର ମହାପାତ୍ର,ଯୋଗଦେଇ କର୍ମୀ ମାନଙ୍କୁ ତୃଣମୂଳ ସ୍ତରରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସଜାଗ ରହିବାକୁ ଆହ୍ବାନ ଦେବା ସହିତ ରାଜ୍ୟର ଅପାରଗ ସରକାରକୁ ଯେପର୍ଯ୍ୟନ୍ତ ନ ହଟାଇଛୁ ସେ ପର୍ଯ୍ୟନ୍ତ ଅହରହ କାର୍ଯ୍ୟ କରିବାପାଇଁ କର୍ମୀମାନଙ୍କୁ ଉପଦେଶ ଦେବା ସହିତ ପ୍ରଶିକ୍ଷଣ ଶିବିରର ଗୁରୁତ୍ୱ ବିଷୟରେ ମାର୍ଗଦର୍ଶନ କରିଥିଲେ।

ମଣ୍ଡଳ ସଭାପତି ଗୌରାଙ୍ଗ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଅଜୟ କୁମାର ସାହୁ,ସୁଶାନ୍ତ ବର,ଶୁଭଙ୍କର ମହାପତ୍ର,ରାକେଶ ମଲ୍ଲିକ,ପର୍ଶୁରାମ ପରିଡା ଶୋଭନା ମହାନ୍ତି ପ୍ରମୁଖ ବିଭିନ୍ନ ବିଷୟରେ ମାର୍ଗଦର୍ଶନ କରିଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ମଣ୍ଡଳ ଅନ୍ତର୍ଗତ ସମସ୍ତ ଆଠ ପଞ୍ଚାୟତ ଗୁଡିକରୁ ପ୍ରହ୍ଲାଦ ଦାସ, ନୃସିଂହ ପାଣିଗ୍ରାହୀ, ଗୌରାଙ୍ଗ ପ୍ରଧାନ, ସୁରେନ୍ଦ୍ର ସାମଲ, ବନମାଳୀ ବେହେରା, କରୁଣାକର ମଲ୍ଲିକ, ବିଦ୍ୟାଧର ବେହେରା, ଲମ୍ବୋଦର ସାହୁ, ପୂର୍ଣ୍ଣଚନ୍ଦ୍ର ଯଶମୁଖ, ସୁରେନ୍ଦ୍ର ମହାନ୍ତି, ଅଚ୍ୟୁତ ପଣ୍ଡା, ମଧୁସୂଦନ ଗିରି, କହ୍ନେଇ ବେହେରା, ଜୟନ୍ତ ମଲିକ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଶତାଧିକ କର୍ମୀ ଯୋଗଦାନ କରିଥିଲେ । ଶେଷରେ ମଣ୍ଡଳର ସାଧାରଣ ସଂପାଦକ ଲକ୍ଷ୍ମୀ କାନ୍ତ ମହାରଣା ଧନ୍ୟବାଦ ପ୍ରଦାନ ପରେ ପ୍ରଥମ ଦିନର ଶିବିର ଶେଷ ହୋଇଥିଲା।

Spread the love