ସୋର ରେ ଏକ ବେଆଇନ ପଥର ବୋଝଇ ଟ୍ରକ ଜବତ

ସୋର ଥାନା ଅଧୀନ ଆଇସଫାକକ୍ଟ୍ରି ଛକରେ ଆଜି ହଟାତ ସୋର ଜୁନିଅର ମାଇନିଙ୍ଗ ଅଫିସର ଜଗନାଥ ଦାସ ଏବଂଖଇରା ଜୁନିଅର ମାଇନିଂ ଅଫିସର ଅଭିଷେକ ବେହେରା ମିଳିତ ଭାବେ ଆସି ଏକ ବେଆଇନ ଭାବରେ ପଥର ବୋଝେଇ ଟ୍ରକ ଆସୁଥିବା ଦେଖି ତାକୁ ଚଢ଼ାଉ କରି ସୋର ଥାନା କୁ ଜିମା ଦେଇଥିବା ସୂଚନା ମିଳିଛି | ଦିନକୁ ଦିନ ବଢ଼ି ଚାଲିଥିବା ବେଆଇନ ପଥର ଯାହାକି ବାଗୁଡ଼ି ଖାଦାନ ରୁ ଚୋରାଚାଲାଣ ହେଉଛି ଏହି ଚୋରି କୁ ରୋକିବା ପାଇଁ ବାଲେଶ୍ୱର ଖଣିଅଧିକାରିଣୀ ସନ୍ତୋଷୀ ପ୍ରଭା ସେଠି ଏକ ଟିମ ଗଠନ କରି ସୋର ପାଇଁ ସ୍ୱତନ୍ତ୍ର ଜୁନିଅର ମାଇନିଂ ଅଫିସର ଭାବେ ଜଗନ୍ନାଥ ଦାସ ଙ୍କୁ ନିଯୁକ୍ତ କରିଛନ୍ତି | ଆଗକୁ ଯେତେବେଳେ ଆମକୁ ଖବର ଆସିବ ନ ହେଲେ ଆମେ ଖବର ପାଇବୁ ସେ ଚୋରା ବାଲି ଗାଡି ହଉ କି ଚୋରା ପଥର ଗାଡି ଆମେ ତୁରନ୍ତ ପହଂଚି ସେମାନଙ୍କ ଉପରେ ଚଢ଼ାଉ କରି ମୋଟା ଅଙ୍କର ଫାଇନ ଆଦାୟ କରିବୁ ବୋଲି ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *