ସୋର ୟୁକୋ ବ୍ୟାଙ୍କର ୧୧ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଗଲା

ସୋର, ୨୮/୦୪: ସିଲ୍‌ ହେଲା ବାଲେଶ୍ବର ଜିଲ୍ଲା ସୋର ୟୁକୋ ବ୍ୟାଙ୍କ। ମିଳିଥିବା ସୂଚନା ମୁତାବକ, ବାଲେଶ୍ବର ଜିଲ୍ଳାର ନେଳିଆବାଗ କଣ୍ଟେନମେଣ୍ଟ୍‌ ଜୋନ୍‌ର ଜଣେ ଆକ୍ରାନ୍ତଙ୍କ ଘରେ ଭଡ଼ାରେ ରହୁଥିଲେ ଜଣେ ୟୁକୋ ବ୍ୟାଙ୍କର କର୍ମଚାରୀ।  ଏହି କଥା ସାମ୍ନାକୁ ଆସିବା ପରେ ବ୍ୟାଙ୍କର ୧୧ ଜଣ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଇଯାଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୮ରେ ପହଁଞ୍ଚିଛି। ସେମାନଙ୍କ ମଧ୍ୟରୁ କିଛି ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Spread the love