ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ସୋର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ । ବିଲ କରାଇବାକୁ ୨ଲକ୍ଷ ଟଙ୍କା ଲାଞ୍ଚ ନେଇ ଜଣେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ ବିଲ ପାସ କରାଇବା ପାଇଁ ଜଣେ ଠିକାଦାରଙ୍କୁ ୨ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନଦେଲେ ବିଲ ପାସ କରାଇ ଦେବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ । ଫଳରେ ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସର ଯୋଜନା ମୁତାବକ ଆଜି ଠିକାଦାରଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ ୨ଲକ୍ଷ ଟଙ୍କା ନେଉଥିବା ବେଳେ ସେ ଧରାପଡ଼ିଛନ୍ତି । ଟଙ୍କା ଜବତ କରିବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Spread the love