ବଲିଉଡ୍‌ର ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ନିଧନ

ସିନେମା ଜଗତର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତ ଯୋଗୁଁ ମୁମ୍ବାଇରେ ପରଲୋକ ହୋଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ବାନ୍ଦ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଫଳରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର କୋଭିଡ୍-୧୯ ଟେଷ୍ଟ ନେଗଟିଭ୍ ଆସିଛି । ମୃତ୍ୟୁ ବେଳକୁ ସରୋଜ ଖାନ୍‌ଙ୍କୁ ୭୧ ବର୍ଷ ହୋଇଥିଲା । ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ସରୋଜ ଖାନଙ୍କୁ ୨ ହଜାରରୁ ଅଧିକ ଗୀତରେ କୋରିଓଗ୍ରାଫି କରିବାର ବିରଳ କୃତିତ୍ୱ ଅର୍ଜନ କରିଛନ୍ତି । ସରୋଜ ଖାନ୍ ତାଙ୍କ କ୍ୟାରିୟରରେ ଅନେକ ପ୍ରସିଦ୍ଧ ଗୀତ କୋରିଓଗ୍ରାଫି କରିଛନ୍ତି । ସେ ‘ଦେବଦାସ’ର ଡୋଲା ରେ ଡୋଲା…, ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ତେଜାବ’ ଚଳଚ୍ଚିତ୍ର ଗୀତ ଏକ ଦୋ ତିନ୍… ଏବଂ ‘ଜବ୍ ୱି ମେଟ୍’ ଫିଲ୍ମର ୟେ ଇସ୍କ ହାୟେ… ଭଳି ଲୋକପ୍ରିୟ ଗୀତର କୋରିଓଗ୍ରାଫି କରିଛନ୍ତି । କୋରିଓଗ୍ରାଫର ଭାବରେ ସରୋଜ ଖାନଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘କଳଙ୍କ’ ।

Spread the love