ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ସୂର୍ଯ୍ୟଦେବଙ୍କ ରଥଯାତ୍ରା

ପୁରୀ :ଆଜି ଚୈତ୍ର ଶୁକ୍ଲ ଷଷ୍ଠୀ। ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ସୂର୍ଯ୍ୟଦେବଙ୍କ ରଥଯାତ୍ରା ବା ସୌର ରଥଯାତ୍ରା। ଏହାକୁ ‘ଚୈତ୍ରଗୁଣ୍ଡିଚା’ ବା ‘ସୌର-ଗୁଣ୍ଡିଚା’ କୁହାଯାଏ। ଏଥିରେ ଶ୍ରୀମନ୍ଦିର ବେଢ଼ାରେ ପୂଜିତ ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର ବେଢା ପରିକ୍ରମା କରିଥାଆନ୍ତି। ସନ୍ଧ୍ୟା ଧୂପ ନୀତି ବଢିବା ପରେ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟଦେବଙ୍କୁ ପଞ୍ଚାମୃତରେ ମହାସ୍ନାନ ପରେ ବେଶ କରାଯିବ। ଏହାପରେ ଖିରି, କାକରା ଏବଂ ଲଡ଼ୁ ପଞ୍ଚୋପଚାରରେ ସୂର୍ଯ୍ୟଦେବଙ୍କୁ ଭୋଗ ଲାଗି କରାଯାଇ ଚୈତ୍ର ଗୁଣ୍ଡିଚା ପର୍ବ ସମ୍ପନ୍ନ ହେବ।

 

Spread the love