ହସ୍ପିଟାଲରୁ ବାହାରିଲେ ଦାଦା

ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ୫ ଦିନ ହସ୍ପିଟାଲରେ ରହିବା ପରେ ସେ ଘରକୁ ଫେରିଛନ୍ତି। ଗତ ଶନିବାର ସାମାନ୍ୟ ହୃଦଘାତ ଯୋଗୁ ସୌରଭଙ୍କୁ କଲକାତାସ୍ଥିତ ଉଡ୍‌ଲାଣ୍ଡ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲରୁ ବାହାରିବା ପରେ ସୌରଭ ଗଣମାଧ୍ୟମକୁ କହିଥିଲେ ଯେ, ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ଚିକିତ୍ସା କରିଥିବା ସମସ୍ତ ଡାକ୍ତରଙ୍କୁ ଦାଦା ଧନ୍ୟବାଦ ଜଣାଇଥିଲେ। ଏହା ପୂର୍ବରୁ ଗତ ୬ ତାରିଖରେ ସୌରଭଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବାର ଥିଲା। କିନ୍ତୁ ସେ ଆଉ ଗୋଟିଏ ଦିନ ହସ୍ପିଟାଲରେ ରହିବାକୁ ଚାହିଁଥିଲେ। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ବୋଲି ହସ୍ପିଟାଲ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି।

Spread the love