ୟୁରୋପିଆନ୍‌ ୟୁନିଅନ୍‌(ଇୟୁ)ର ମଞ୍ଜୁରୀ ପରେ ବି ସ୍ପେସ୍‌ ଲଞ୍ଚ୍‌ରୁ ଓହରିଲା ଋଷ୍‌,

ନୂଆଦିଲ୍ଲୀ, ୨୬/୦୨: ଜାରି ରହିଛି ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ । ଯାହାର ପ୍ରଭାବ ଆଖ ପାଖ ଦେଶ ଉପରେ ପଡ଼ୁଥିବା ବେଳେ ଋଷ୍‌ର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ଆମେରିକା ଲଗାଇଥିବା କିଛି ପ୍ରତିବନ୍ଧକ ଫଳରେ ଋଷ୍‌ ହଇରାଣ ମଧ୍ୟ ହେଉଛି । ଯାହା ମଧ୍ୟରେ ରହିଛି ସ୍ପସ୍‌ ପ୍ରୋଗ୍ରାମ । ୟୁକ୍ରେନ୍ ଉପରେ ଆକ୍ରମଣ କରୁଥିବା ବେଳେ ଋଷିଆର ସ୍ପେସ୍‌ ପ୍ରୋଗ୍ରାମକୁ ୟୁରୋପିଆନ୍‌ ୟୁନିୟନ୍‌ ଅନୁମତି ପ୍ରଦାନ କରିଛି । ହେଲେ ଫ୍ରାନ୍ସ ଗୁଏନାରୁ ଲଞ୍ଚ ହେବାକୁ ଥିବା ଏହି ସ୍ପେସ୍‌ ପ୍ରୋଗ୍ରାମକୁ ବନ୍ଦ କରିଦେଇଛି ଋଷ୍‌ ।

ଋଷିଆନ୍‌ ସ୍ପେସ୍‌ ଏଜେନ୍ସି ରୋସ୍କୋସମୋସର ନିର୍ଦ୍ଦେଶକ ଡିମିତ୍ରୀ ରୋଗୋଜିନ୍‌ ଏନେଇ ଏକ ଟ୍ୱିଟ୍‌ କରିଛନ୍ତି । ୟୁରୋପିଆନ୍‌ ୟୁନିୟନ୍‌ର  ଏହି ଅନୁମତିକୁ ନେଇ ସେ ଲେଖିଛନ୍ତି ଯେ ରୋସ୍କୋସମୋସ ୟୁରୋପିଅନ୍‌ ସହଯୋଗୀମାନଙ୍କୁ ଆଉ ସହାୟତା ଯୋଗାଇବ ନାହିଁ । ଆମେ ଏହି ଲଞ୍ଚ୍‌ ମିଶନ୍‌କୁ ବାତିଲ୍‌ କରୁଛୁ । ତେଣୁ ଆମେ ନିୟୋଜିତ କରିଥିବା ଟେକ୍‌ନିକାଲ୍‌ ଅଧିକାରୀଙ୍କ ସମେତ ଲଞ୍ଚ କ୍ର୍ୟୁଙ୍କୁ ଗୁଏନାରୁ ଅପସାରଣ କରୁଛୁ ।

ତେବେ ଶୁକ୍ରବାର ୟୁରୋପିଆନ୍‌ ୟୁନିୟନ୍‌ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ୟୁରୋପରେ ଥିବା ସମ୍ପତ୍ତି ଫ୍ରିଜ୍‌ କରିବାକୁ ରାଜି ହୋଇଥିଲା । ଏଥି ସହିତ ତାଙ୍କର ବୈଦେଶିକ ମନ୍ତ୍ରୀଙ୍କ ସମସ୍ତ ସମ୍ପତ୍ତି ଫ୍ରିଜ୍‌ କରିବା ପାଇଁ ୟୁକ୍ରେନ୍‌ର ନେତା ନିବେଦନ କରିଥିଲେ । ୟୁକ୍ରେନ୍‌ ଉପରେ ଆକ୍ରମଣକୁ ନେଇ ଋଷ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ୍‌ ହୋଇଥିଲା ।

Spread the love