ଅଶ୍ବସ୍ତ ପତ୍ରର ଔଷଧିୟ ବ୍ୟବହାର

ଅଶ୍ୱସ୍ତ ପତ୍ର ଖାଇବା ଦ୍ୱାରା ଆପଣଙ୍କର ବାତ, ପିତ, କଫ, ଆଣ୍ଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍, ଗ୍ୟାସ୍ ଆଦି ସବୁ ରୋଗ କବଳରୁ ମୁକ୍ତି ମିଳିଥାଏ । ଏହି ପତ୍ରରେ ବହୁତ ପ୍ରକାରର ଔଷଧୀୟ ଗୁଣ ଭରି ରହିଛି । ଯାହାର ବର୍ଣ୍ଣନା ଆୟୁର୍ବେଦରେ ସମ୍ପୁର୍ଣ୍ଣ ବିବରଣୀରେ ଉଲ୍ଲେଖ କରାଯାଇଛି । ତେବେ ଏହି ପତ୍ରକୁ କିପରି ଭାବରେ ଖାଇଲେ କେଉଁ ପ୍ରକାରର ସମସ୍ୟା ଦୂର ହୋଇଥାଏ ତାହା ଜାଣିବା ।
ଅଶ୍ବସ୍ତ ଗଛର ୩ଟି କଅଁଳିଆ ପତ୍ର ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ ଛୋଟ ଛୋଟ ଆକାରରେ କାଟନ୍ତୁ । ( ଧ୍ୟାନ ଦିଅନ୍ତୁ ଯେତେ ଛୋଟ ଛୋଟ କାଟିବେ ତାହାର ପୋଷକତତ୍ତ୍ୱ ସେତେ ପରିମାଣରେ ଅଧିକ ମିଳିଥାଏ ) ଏହାକୁ କାଟି ପାଣିରେ ଫୁଟାଇ ସେବନ କରିବା ଦ୍ୱାରା ଆପଣଙ୍କର ହୃଦ୍ ଜନୀତ ସମସ୍ୟା ଦୂର ହେବା ସହ ମଧୁମେୟ ରୋଗ ମଧ୍ଯ ଦୂର ହୋଇଥାଏ ।
ଅଶ୍ବସ୍ତ ପତ୍ରକୁ ଗରମ ପାଣିରେ ଫୁଟାଇ କାଢ଼ା ବନେଇ ପିଇବା ଦ୍ୱାରା ତ୍ୱଚା ଏବଂ ପେଟ ଜନୀତ ସମସ୍ୟା ଦୂର ହୋଇଥାଏ ।
ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଥିଲେ ଅଶ୍ବସ୍ତ ପତ୍ରକୁ ଗରମ କରି ଆଣ୍ଠୁ ଗଣ୍ଠିରେ ବାନ୍ଧି ରଖିବା ଦ୍ୱାରା ଆଣ୍ଠୁ ଗଣ୍ଠିର ସମସ୍ୟା ଦୂର ହୋଇଥାଏ । ଏହି ପତ୍ରକୁ ସେବନ କରିଲେ ହୃଦ ଜନୀତ ସମସ୍ୟାରୁ ସମ୍ପୁର୍ଣ୍ଣ ଭାବରେ ମୁକ୍ତି ମିଳିଥାଏ । ଏହାକୁ ୩ ରୁ ୪ ଦିନ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ଆପଣ ଏହାର ଔଷଧୀୟ ଗୁଣ ଜାଣି ପାରିବେ ।

Spread the love