ଭାରତରେ ଏମିତି ବି ଗାଁ ଅଛି ଯେଉଁଠି ୬୦ ଜଣ କୋଟିପତି ବାସ କରନ୍ତି

ଯୋଗାଯାଇଛି । ହୁଏତ ଏମିତି ସୁବିଧା ମାନ କୌଣସି ବଡ ସହରରେ ମଧ୍ୟ ଉପଲବ୍ଧ ନଥିବ ।

୬. ହାଇୱେ ବଜାର:

ହାଇୱେ ବଜାରକୁ ଭାରତର ସବୁଠୁ ଧନୀ ଗାଁ ଭାବେ ଜଣାଯାଏ । ୧୯୯୫ ମସିହା ପୂର୍ବରୁ ଏହା ଏକ ଗରିବ ଗାଁ ଭାବେ ଜଣାଯାଉଥିଲେ ମଧ୍ୟ କିନ୍ତୁ ଏହି ଗାଁର ସ୍ଥିତି ସମ୍ପୁର୍ଣ୍ଣ ରୂପେ ବଦଳି ଯାଇଥିଲା । ଆନା ହଜାରେଙ୍କ କାମରେ ପ୍ରେରିତ ହୋଇ ଗାଁର ସରପଞ୍ଚ ନିଜ ଗାଁର ଚିତ୍ରକୁ ସମ୍ପୁର୍ଣ୍ଣ ରୂପେ ବଦଳେଇଥିଲେ । ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହେବେ ଏହି ଗାଁରେ ପ୍ରାୟ ୬୦ ରୁ ଅଧିକ କୋଟିପତି ବସବାସ କରନ୍ତି ।

୭. ମବଳିନନାଙ୍ଗ, ମେଘାଳୟ :

ମେଘାଳୟ ରାଜ୍ୟରେ ଅବସ୍ଥିତ ଏହି ଗାଁକୁ ଏସିଆର ସବୁଠୁ ସ୍ୱଚ୍ଛ ଗାଁ ବୋଲି କୁହାଯାଏ । ଏଠିକାର ପ୍ରତି ଘରେ ଶୌଚାଳୟର ବ୍ୟବସ୍ଥା ଥିବା ସହ ଅଳିଆ ଆବର୍ଜନା ପକାଇବା ପାଇଁ ପ୍ରତି ଘର ବାଉଁଶ ଡଷ୍ଟବିନର ବ୍ୟବହାର କରିଥାନ୍ତି । ଆଉ ମଧ୍ୟ ଏହି ଗାଁରେ ଧୂମ୍ରପାନ ,ଓ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୁର୍ଣ୍ଣ ରୂପେ ନିଷେଧ କରାଯାଇଛି ।

୮. ପିପଲାତ୍ରୀ , ରା଼ଜସ୍ଥାନ :

ଏହା ଏମିତି ଏକ ଗାଁ ଯେଉଁଠି ଗୋଟେ ଝିଅ ଜନ୍ମ ହେଲେ ୧୧୧ ଗଛ ସେହି ଅଞ୍ଚଳରେ ଲଗାଯାଇଥାଏ । ଗାଁ ଲୋକେ ଟଙ୍କା ଏକାଠି କରି ଝିଅ ମାନଙ୍କ ନାଁରେ ସ୍ଥାୟୀ ଜମା ରାଶି ଭାବେ ରଖିଥାନ୍ତି । ଯେଉଁ ରାଶିକୁ ପରବର୍ତ୍ତୀ ସମୟରେ ଝିଅ ମାନଙ୍କ ଶିକ୍ଷା ଉଦ୍ଦେଶ୍ୟରେ ହିଁ ବିନିଯୋଗ କରାଯାଇଥାଏ ।

୯. କଦବାନବାଡୀ, ମହାରାଷ୍ଟ୍ର :

ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ ଏହି ଗାଁ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏଠିକା ବାସିନ୍ଦା ନିଜ ନିଜ ନିରନ୍ତର ଉଦ୍ୟମରେ ଗାଁକୁ ବର୍ଷସାରା ଶସ୍ୟ ଶ୍ୟାମଳ କରିପାରିଛନ୍ତି ।

୧୦. ଅଚଲା , ଓଡିଶା:

ପୂର୍ବରୁ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ ଏହି ଗାଁକୁ ସବୁଠୁ ଗରିବ ଗାଁ ଭାବେ ଗଣାଯାଉଥିଲା । ଏବେ କିନ୍ତୁ ଏହାର ଚିତ୍ର ଧୀରେ ଧୀରେ ବଦଳିବାରେ ଲାଗିଛି । କାଜୁ ଚାଷ କରି ଏଠାକାର ବାସିନ୍ଦାଙ୍କ ଅବସ୍ଥା  ଆଗ ଅପେକ୍ଷା ସୁଧୁରିଯାଇଛି ।

Spread the love