ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା, ବାତିଲ ହୋଇପାରେ ରାତି ପହୁଡ଼

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା । ଭିଡ଼ ପାଇଁ ବାତିଲ ହୋଇପାରେ ରାତି ପହୁଡ଼ । ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ରାତି ୧୧ଟା ସୁଦ୍ଧା ପହୁଡ଼ ହୋଇନପାରିଲେ ରାତି ପହୁଡ଼ ନୀତି ବାତିଲ କରାଯିବ । ଶ୍ରୀମନ୍ଦିର ପରିସର ଲୋକାରଣ୍ୟ ଥିଲେ ଜାନୁଆରି ୧ ତାରିଖରେ ଦିବା ପହୁଡ଼ ବାତିଲ କରାଯିବ । ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀରୁ ଭକ୍ତମାନଙ୍କ ସୁଅ ଛୁଟିବ । ତେଣୁ ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁଗମ ଦର୍ଶନ ପାଇଁ ନୀତି ସବ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହେବାକୁ ଥିବା ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି ନୀତି ଓ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି । ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ୧୫ ତାରିଖରୁ ଯଜ୍ଞ ଆରମ୍ବ ହେବ ।

Spread the love