ନିଶା ବେପାରୀଙ୍କ ଉପରେ ଚଢଉ

ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ । ନିଶା ବେପାରୀଙ୍କ ଉପରେ ଚଢାଉ କରିଛି କମିଶନରେଟ ପୋଲିସ । ଅଧ କେଜିରୁ ଉର୍ଦ୍ଧ ବ୍ରାଉନସୁଗାର ଜବତ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଜବତ ୬୬୦ ଗ୍ରାମ ବ୍ରାଉନସୁଗାରର ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ ହୋଇଥିବା ସୂଚନା ରହିଛି । ସ୍ପେଶାଲ କ୍ରାଇମ୍ ୟୁନିଟ୍ ୨ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରିଛି । ଉଭୟଙ୍କ ଘର ବାଲେଶ୍ୱର ଓ ଜଳେଶ୍ୱରର ବୋଲି ସୂଚନା ରହିଛି । ପଶ୍ଚିମବଙ୍ଗ ଦେଇ ଓଡିଶାରେ ନିଶା କାରବାର ବ୍ୟାପୁଥିବାର ଅଭିଯୋଗ ରହିଛି ।

Spread the love