‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ରୁ ସାବରମତୀ ଉଡ଼ିବ ସି ପ୍ଲେନ୍‌

ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ରୁ ସାବରମତୀ ଉଡ଼ିବ ସି ପ୍ଲେନ୍‌। ଗୁଜୁରାଟର କେଭାଡିୟାରେ ନିର୍ମିତ ବିଶ୍ବର ସବୁଠୁ ଉଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅପ ୟୁନିଟି’ରୁ ଅହମଦାବାଦର ସାବରମତୀ ରିଭରଫ୍ରଣ୍ଟ ପର୍ଯ୍ୟନ୍ତ ଚାଲିବ ସି ପ୍ଲେନ୍‌। ମାଳଦୀପରୁ ଆସିବାକୁ ଥିବା ଏହି ସି ପ୍ଲେନ୍‌ ସ୍ପାଇସ୍‌ ଜେଟ୍‌ ଦ୍ବାରା ପରିଚାଳିତ ହେବ। ଆଗାମୀ ଦିନରେ ଲୋକଙ୍କ ଚାହିଦାକୁ ଦେଖି ଏହି ରୁଟରେ ଆହୁାରି ୧୦ଟି ସି ପ୍ଲେନ୍‌ ଉଡାଇବା ପାଇଁ ଯୋଜନା ରହିଛି।

ସି ପ୍ଲେନ୍‌ ପାଣିରୁ ଟେକଅପ୍‌ କରିବା ସହ ପାଣିରେ ହିଁ ଲ୍ୟାଣ୍ଡ କରିବ। ୧୨ ଜଣ ଯାତ୍ରୀଙ୍କୁ ନେଇ ଏହି ସିପ୍ଲେନ୍‌ ଦୀର୍ଘ ୨୦୫ କିଲୋମିଟର ଯାତ୍ରା କରିବ। ତେବେ ଏହି ଯୋଜନା ଅନ୍ତର୍ଗତ ଗୌହାଟି, ଆଣ୍ଡାମାନ ନିକୋବର ଦୀପପୁଞ୍ଜ, ଦିଲ୍ଲୀ ଯମୁନାରୁ ଉତ୍ତରାଖଣ୍ଡର ଟପ୍ପର ବନ୍ଧ ପର୍ଯ୍ୟନ୍ତ ସି ପ୍ଲେନ୍‌ ଚଳାଚଳ କରିବ।

ଉଡାଣ ଯୋଜନା ଅଧୀନରେ କ୍ଷେତ୍ରୀୟ ସମ୍ପର୍କ ବୃଦ୍ଧି ଲକ୍ଷରେ ସରକାର ୧୬ ସି ପ୍ଲେନ୍‌ ମାର୍ଗ ଚୟନ କରିଛନ୍ତି। ଏହି ୧୬ ମାର୍ଗ ମଧ୍ୟରେ ସାବରମତୀ ସରଦାର ସରୋବର ରୁଟ୍‌ ମଧ୍ୟ ସାମିଲ୍‌ ଅଛି। ଏହି ରୁଟ୍‌ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଯୋଡ଼ିବ। ତେବେ ପୂର୍ବରୁ ସି ପ୍ଲେନ୍‌ ସେବା ଆରମ୍ଭ ହେବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ୨୦୧୭ ଗୁଜୁରାଟ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସାବରମତୀ ରିଭରଫ୍ରଣ୍ଟରୁ ସି ପ୍ଲେନ୍‌ରେ ଉଡ଼ାଣ ଭରିଥିଲେ।

ସୂଚନାଯୋଗ୍ୟ,  ସି ପ୍ଲେନ୍‌ ଏମିତି ଏକ ବିମାନ ଯାହା ଜଳରେ ଉଡ଼ାଣ ଭରିବା ସହ ଜଳରେ ହିଁ ଲ୍ୟାଣ୍ଡ କରିପାରେ। ଏମିତି ମଧ୍ୟ ସି ପ୍ଲେନ୍‌ ଅଛି ଯାହା ଉଭୟ ଜଳ ଓ ସ୍ଥଳ ଭା​‌ଗରେ ଉଡ଼ାଣ ଭରିପାରିବ।

Spread the love