ଭାରତ ପ୍ରଥମ ପାଳିରେ ୩୩୭ରେ ଅଲଆଉଟ, ଇଂଲଣ୍ଡ ୨୪୧ ରନ୍ ଆଗୁଆ

ଚେନ୍ନାଇ : ଭାରତ ଓ ଇଂଲଣ୍ଡର ପ୍ରଥମ ଟେଷ୍ଟ ମ୍ୟାଚ୍ ଗତ ୫ ତାରିଖରୁ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ଖେଳର ୪ର୍ଥ ଦିନରେ ଭାରତର ପ୍ରଥମ ପାଳିରେ ୯୫.୫ ଓଭରରେ ୩୩୭ ରନ୍ କରି ଅଲଆଉଟ ହୋଇଯାଇଛି। ଏଥିସହିତ ଇଂଲଣ୍ଡ ଟିମ୍ ୨୪୧ ରନରେ ଆଗୁଆ ରହିଛି। ଭାରତୀୟ ଦଳରେ ୱାସିଂଟନ୍ ସୁନ୍ଦର ୭ ନମ୍ବର ୱିକେଟରେ ଆସି ୧୨ଟି ଚୌକା ଓ ୨ଟି ଛକା ମାରି ୮୫ ରନ୍ କରିଥିଲେ। ଏଥିସହିତ ଋଷଭ ପନ୍ତ ୯୧ ରନ୍ ଓ ଚେତେଶ୍ୱର ପୁଜାରା ୭୩ ରନ୍ ଓ ଆର ଅଶ୍ୱିନ୍ ୩୦ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଡୋମନିକ ବେସ ସର୍ବାଧିକ ୱିକେଟ ହାସିଲ କରିଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ଟିମ୍ ପ୍ରଥମ ପାଳିରେ ୫୭୮ ରନ୍ କରି ଅଲଆଉଟ ହୋଇଥିଲେ।

Spread the love