ବିବିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ

ସଇଁନ୍ତଲା:ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ବିବିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା ।

ଦୁଇ ଦିନ ଧରି ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ଉଦଘାଟନି ଉତ୍ସବରେ ବିଦ୍ୟାଳୟ ର ଅଧକ୍ଷ ଗୋଲକ ଚନ୍ଦ୍ର ମଲ୍ଲିକ ଅଧକ୍ଷତା କରିଥିବା ବେଳେ ସ୍ଥାନୀୟ ବିଡ଼ିଓ ଚନ୍ଦ୍ର ମଣି ନାଗ ମୁଖ୍ୟ ଅତିଥି, ବିବିନା ସରପଞ୍ଚ ପୁରୁଷୋତ୍ତମ କଲତା, ସମିତି ସଭ୍ୟା ମମି ରଣା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ…ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ ମିଟର,୨୦୦ମିଟର,ଦୌଡ଼ ଭଳି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ ପ୍ରତିଯୋଗିତାରେ ଜୁନିୟର ବାଳକ ବିଭାଗର ଛନ୍ଦା ଚରଣ ଭୋଇ, ଜୁନିୟର ବାଳିକା ବିଭାଗରେ ଦିବ୍ୟ କାନ୍ତି ବାଗ ଏବଂ ସିନିୟର ବିଭାଗରେ ଶିବ ଚରଣ ନାଗ, ସିନିୟର ବାଳିକା ବିଭାଗରେ ସୋନିଆ ରଣା, ଚମ୍ପିୟାନ ହୋଇଥିଲେ ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାନୁ ଶଙ୍କର ବାଗ, ସମ୍ମାନିତ ଅତିଥି ଭାବେ ବିବିନା ସରପଞ୍ଚ ପୁରୁଷୋତ୍ତମ କଲତା,ସମିତି ସଭ୍ୟା ମମି ରଣା,ସାମ୍ବାଦିକ ଆଲୋକ ସାହୁ,ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଭାଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ପୁରସ୍କାର କରିଥିଲେ।ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଖେଳ ଶିକ୍ଷକ ସୁନନ୍ଦ ପ୍ରଧାନ ଓ ଭନ୍ଦ୍ରା ହାଇସ୍କୁଲର ଖେଳ ଶିକ୍ଷକ ଦିନ ପୋଢ଼ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଶିକ୍ଷୟତ୍ରୀ ପ୍ରିୟ ଦର୍ଶନୀ ସାହୁ,ଅନୁସୂୟା ସ୍ୱାଇଁ, ପ୍ରଗତି ହରିପାଳ,ସୁପ୍ରିମା ପ୍ରଧାନ, ଯତୀନ୍ଦ୍ର ସାହୁ,ନିର୍ମଳ ପାଣ୍ଡେ,ସୁଶାନ୍ତ ବାରିକ,ଜିତେନ ତାଣ୍ଡି, କାହ୍ନା ଭୋଇ, ସୁଶୀଲ ମହାନନ୍ଦ, ରିତେନ୍ଦ୍ର ପ୍ରକାଶ ପ୍ରଧାନ,ଭୂମନ୍ତ ମାଝୀ,ବସନ୍ତ ଭରାସାଗରିଆ,ସନ୍ତୋଷ ସ୍ଵର୍ଣକାର,ସରୋଜ ପ୍ରଧାନ,ସଞ୍ଜୀବ ପୁଟେଲ,ଙ୍କ ସମେତ ହରିପ୍ରିୟା ସାହୁ,ବିଶ୍ଵନାଥ ସାହୁ,ଶ୍ରବଣ ନନ୍ଦ,ପ୍ରଦ୍ୟୁମ୍ନ ସେଠ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love