‘ଏସିଆ ରଗ୍‌ବି ଅନଷ୍ଟପେବଲ୍‌‌ ଅଭିଯାନ’ରେ ଓଡ଼ିଆ ଝିଅ ସୁମିତ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ସୁମିତ୍ରାଙ୍କ ଏହି ସଫଳତା ନେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଏସିଆ ରଗ୍‌ବି ଅନଷ୍ଟପେବଲ୍’ ଅଭିଯାନରେ ଭାରତକୁ ପ୍ରତିନିଧିତ୍ବ କରିବାକୁ ଚୟନିତ ହୋଇଥିବାରୁ ସୁମିତ୍ରା ନାୟକଙ୍କୁ ଅଭିନନ୍ଦନ। ତାଙ୍କର ସଫଳତା କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି। ଏହି ଅଭିଯାନରେ ସାମିଲ ହେବା ଲାଗି ୬୦ରୁ ଅଧିକ ମହିଳା ଖେଳାଳି ଆବେଦନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ତିନି ଜଣ ପ୍ରେରଣାଦାୟକ କ୍ରୀଡ଼ା ବ୍ୟକ୍ତିତ୍ବ ଭାବେ ବିଚାରକ ମଣ୍ଡଳି ସୁମିତ୍ରା, ବାହାଭିଜ୍ ଓ ସଂଧ୍ୟାଙ୍କୁ ବାଛିଥିଲେ। ରଗ୍‌ବି ଇଣ୍ଡିଆ ଓ କିସ୍ ପକ୍ଷରୁ ଏଥିଲାଗି ଏହି ତିନି ଜଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରାଯାଇଛି। କିଟ୍ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ ମଧ୍ୟ ଏକ ଫେସବୁକ୍ ପୋଷ୍ଟରେ ଏମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏହି ଅଭିଯାନ ମହିଳା ରଗ୍‌ବିର ପ୍ରସାର ଓ ପ୍ରସାର ପାଇଁ ଆରମ୍ଭ କରାଯାଇଛି।

Spread the love