ବିଳାସପୁର ରେଫରୀ ତାଲିମ ଶିବିରରେ ୩ଜଣ ସଇଁନ୍ତଲା ର କ୍ରୀଡ଼ାବିତଙ୍କ ସଫଳତା

ସଇଁନ୍ତଲା, ଛତିଶଗଡ ରାଜ୍ୟର ବିଳାସପୁର ଠାରେ ଅନ୍ତର୍ଜାତୀୟ ତାଇକୋଣ୍ଡୋର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ମାଷ୍ଟର ଗଣେଶ ସାଗରଙ୍କ ସଂଯୋଜନାରେ ମହା ରେଫରୀ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା | ପ୍ରଶିକ୍ଷଣ ଶିବିରରେ ଦେଶର ବିଭିନ୍ନ ରାଜ୍ୟରୁ ଦୁଇ ଶହରୁ ଉର୍ଦ୍ଧ୍ୱ ଖେଳାଳି ଭାଗ ନେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ | ଏହି ଶିବିରରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଳ ଅର୍ଡିନାନ୍ସ ଫେକ୍ଟ୍ରି ସ୍କୁଲର ତିନି ଜଣ ଅବନ୍ତିକା ବେହେରା, ମାମୁନି ଚୌହାନ, ଏସଏସ ସୋହାନୀ ଏବଂ ବଲାଙ୍ଗୀର ସ୍ଥିତ ଆଇଟିଆଇ କଲେଜର ଅଭିମନ୍ୟୁ ଛତ୍ରିଆ ପ୍ରଶିକ୍ଷଣ ଗ୍ରହଣ କରିବା ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରେଫରୀ ସାର୍ଟିଫିକେଟ ହାସଲ କରିଥିଲେ | ଓଡିଶା ତାଇକୋଣ୍ଡୋ ଏକାଡେମୀର ମାଷ୍ଟର ଦେବାନନ୍ଦ ଚୌହାନ, ବୁଲୁ ବେହେରା, ସାମନ୍ତ କୁମାର ଦୀପଙ୍କ ନେତୃତ୍ୱରେ ଏହି ଟିମ ବିଳାସପୁର ଯାଇ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲା | ଶିବିରରେ ଅନ୍ତରାଷ୍ଟ୍ରୀୟ ପ୍ରଶିକ୍ଷକ ମାଷ୍ଟର ଟି ଲୋଖଣ୍ଡମ ରାଓ ରେଫରୀ ବିଷୟରେ ସବିସ୍ତୃତ ପ୍ରଶିକ୍ଷଣ ଦେଇଥିଲେ | ଏବଂ ତାଙ୍କୁ ଦେଶର ବିଭିନ୍ନ ରାଜ୍ୟରୁ ଯାଇଥିବା ମାଷ୍ଟର ରଜକ ସର୍କାର (ମେଘାଳୟ), ସୁନୀଲ କୁମାର ପ୍ରସାଦ (ଛତିଶଗଡ), ରାଜକୁମାର ଯାଦବ (ମଧ୍ୟପ୍ରଦେଶ), ଅମିତ ରାଉତ (ଓଡିଶା), ସତବିନ୍ଦର ସିଂ (ଛତିଶଗଡ), ରାଜା ଭଟ୍ଟାଚାର୍ଯ୍ୟ (ପଶ୍ଚିମବଙ୍ଗ), ଅନିଲ କୁମାର ରାଉଳ (ଓଡିଶା) କୋଚ ଭାବେ ସହଯୋଗ କରିଥିଲେ |

Spread the love