ଛାତ୍ରଙ୍କ ବେକରେ ଗଳି ଗଲା ଜ୍ୟାଭଲିନ ବାର୍ଷିକ କ୍ରୀଡ଼ା ରେ ଘଟିଲା ଅଘଟଣ

ସଇଁନ୍ତଲା : ବଲାଙ୍ଗୀର ଜିଲା ଆଗଲପୁର ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲର ନବମ ଶ୍ରେଣୀର ଏକ ଛାତ୍ରଙ୍କ ବେକରେ ଜାଭେଲିନ ଗଳି ପଡିଛି । ଏଥିରେ ଛାତ୍ର ଜଣକ ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଏବେ ଜିଲ୍ଲାର ବିଭିନ୍ନ ସ୍କୁଲ ପକ୍ଷରୁ ବାର୍ଷିକ କ୍ରୀଡ଼ା ର ଆୟୋଜନ କରାଯାଉଛି । ସେହି କ୍ରମରେ ଆଜି ଆଗଲପୁର ହାଇ ସ୍କୁଲରେ ବାର୍ଷିକ କ୍ରୀଡ଼ା ର ଆୟୋଜନ କରାଯାଇଥିଲା । ଜ୍ୟାଭଳିନ ଫିଙ୍ଗା ସମୟରେ ହଠାତ ଜଣେ ଛାତ୍ରଙ୍କୁ ଜ୍ୟାଭଳିନ ଆଘାତ ହୋଇଥିଲା ଅ ଜ୍ୟାଭଳିନ ଟି ଛାତ୍ରଙ୍କ ବେକରେ ଗଲି ପଡିଥିଲା ।

ସମ୍ପୃକ୍ତ ଛାତ୍ର ଜଣକ ଆଗଲପୁର ବାଳକ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେର ବୋଲି ସୂଚନା ମିଳିଛି । ତାଙ୍କୁ ପ୍ରଥମେ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଆମ୍ବୁଲାନ୍ସ ଯୋଗେ ଆଗଲପୁରରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାକୁ ନେବା ପର୍ଯ୍ୟନ୍ତ ବି ଛାତ୍ରଙ୍କ ବେକରେ ଜାଭେଲିନ ପଶି ରହିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ଛାତ୍ରଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବ ବୋଲି ଜିଲାପାଳ ଚଞ୍ଚଳ ରାଣା କହିଛନ୍ତି। ତେବେ ଛାତ୍ର ଜଣକ ଅବସ୍ଥା ଏବେ ସ୍ଥିର ରହିଥିବା ଡାକ୍ତରଖାନା କତ୍ତୁପକ୍ଷ କହିଛନ୍ତି ।

Spread the love