ୟୁଜି/ପିଜି, ଦୁଇ ବର୍ଷିଆ ବିଏଡ ଓ ଏମଏଡ ପାଇଁ ସ୍ପଟ ନାମଲେଖା ଅବଧି ବୃଦ୍ଧି, ୩୦ ତାରିଖରେ ଭାଗ ନିଅନ୍ତୁ
ଭୁବନେଶ୍ୱର : ୟୁଜି/ପିଜି, ଦୁଇ ବର୍ଷିଆ ବିଏଡ ଓ ଏମଏଡ ଆଦି ପାଠ୍ୟକ୍ରମ ପାଇଁ ସ୍ପଟ ନାମଲେଖା ଅବଧି ବୃଦ୍ଧି । ୩୦ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଆବେଦନକାରୀମାନେ ଆବଶ୍ୟକ ସମସ୍ତ ଡକ୍ୟୁମେଣ୍ଟ ସହ କମନ ଆପ୍ଲିକେସନ ଫର୍ମ ସ୍ପଟ ନାମଲେଖାରେ ଭାଗ ନେବା ପାଇଁ ଶିକ୍ଷାନୁଷ୍ଠାନରେ ଦାଖଲ କରିବେ ।
୧ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ୩ରୁ ୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ରିପୋର୍ଟିଂ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଗତ ଡିସେମ୍ବର ଯାଏଁ ୟୁଜି/ପିଜି ନାମଲେଖା ପ୍ରକ୍ରିୟା ଚାଲିଥିଲା । ଜୁଲାଇରୁ ପାଠପଢ଼ା ଆରମ୍ଭ ହୋଇଥିଲା । ତଥାପି ସିଟ୍ ଫାଙ୍କା ରହିଛି । ତେଣୁ ପୁଣିଥରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି ।
ଜାତୀୟ ଶିକ୍ଷାନୀତି ଲାଗୁ ପରେ ସାଧାରଣ ଶିକ୍ଷାକୁ ଦକ୍ଷତା ଭିତ୍ତିକ ଶିକ୍ଷା ସହ ଯୋଡିବାକୁ ପ୍ରୟାସ କରାଯାଇଛି। ଜାତୀୟ ଶିକ୍ଷା ନୀତି ଅନୁସାରେ ଯେକୌଣସି ପାଠ ପଢିଲେ ବି ଦକ୍ଷତା ହାସଲ କରିପାରିବେ ଛାତ୍ରଛାତ୍ରୀ। ଉଚ୍ଚ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉଛି। ବିଭିନ୍ନ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷରିତ ହେଉଛି। ଏବେ ଗୋଟିଏ ସଂସ୍ଥା ୫ ହଜାର ପିଲାଙ୍କୁ ଟ୍ରେନିଂ ଦିଆଯାଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ।
