ପାରାଦ୍ବୀପ ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର

ସମୁଦ୍ର ଭିତରୁ ସନ୍ଦେହ ଅବସ୍ତାରେ ପାରା ଉଦ୍ଧାର। ପାରାର ଗୋଡ଼ରେ କ୍ୟାମେରା ଓ ଚିପ ଥିବାବେଳେ ପାରା ଟି ଉଦ୍ଧାର ହୋଇଥିବା ଜଣାପଡ଼ିଛି । ପାରାର ଦେହରେ ବିଦେଶୀ ଭାଷା ଲେଖାଥିବା ବେଳେ ପାରାଦୀପରୁ 42 ନଟିକାଲ ମାଇଲ ଦୂରରେ ଏହାକୁ ଠାବ କରିଥିଲେ କିଛି ମାଛ ଧରା ଟ୍ରଲର। ମାଛ ଧରିବା ବେଳେ ସାରଥି ଟ୍ରଲର ପାରାକୁ ଉଦ୍ଧାର କରିଛି ବୋଲି କୁହାଯାଉଛି। ପାରାଦୀପ ମେରାଇନ ପୋଲିସକୁ ପାରାଟିକୁ ହସ୍ତାନ୍ତର କରାଯାଇଥିଲା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ପଚାରିବାରୁ ତଦନ୍ତ ଚାଲିଛି ତଦନ୍ତ ସରିବାପରେ ସଠିକ ତଥ୍ୟ ଜଣା ପଡ଼ିବ ବୋଲି ମେରାଇନଥାନା ଅଧିକାରୀ କହିଛନ୍ତି।

Spread the love