ଜାଣନ୍ତୁ ପିତର କିଏ ? କାହିଁ କି ଦିଆଯାଏ ସେମାନଙ୍କୁ ଶ୍ରାଦ୍ଧ

ସାରା ଦେଶରେ ହିନ୍ଦୁଧର୍ମାବଲମ୍ବୀ ସେମାନଙ୍କ ପୂର୍ବ ପୁରୁଷଙ୍କୁ  ଶ୍ରାଦ୍ଧଦେବେ। କେହି କେହି ପିତରଙ୍କ ପ୍ରିତ୍ୟାର୍ଥେ ଗୟାରେ ବି ପିଣ୍ଡଦନ କରିବେ। ଏଥିପାଇଁ ସାରା ଦେଶରେ ଯାତ୍ରୀଙ୍କ ଆବାଗମନ ଆରମ୍ଭ ହୋଇଯିବ। ବାହାରେ ରହୁଥିବା ଲୋକେ ପିତୃପକ୍ଷ ଶ୍ରାଦ୍ଧ ଲାଗି ଘରକୁ ଫେରିବେ। ତେବେ ପିତୃପକ୍ଷ ଶ୍ରାଦ୍ଧ ଆଜି କାଲିର ନୁହେଁ କେଉଁ ଆବାହମାନ ଯୁଗରୁ ଲୋକେ ସେମାନଙ୍କ ପିତରଙ୍କୁ ଶ୍ରାଦ୍ଧ ଦାନ କରିଆସୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଶ୍ରାଦ୍ଧରେ ଲୋକେ କାହାକୁ ଦେଇଥାନ୍ତି ଶ୍ରାଦ୍ଧ ।

ପିତୃପକ୍ଷ ଭାଦ୍ରବ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ପିତୃମୋକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହି ୧୫ ଦିନରେ ଲୋକେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦାନ କରିଥାନ୍ତି। କୁହା ଯାଏ ଏହି ସମୟରେ ଦିବଙ୍ଗତ ପୂର୍ବଜମାନ ସୁକ୍ଷ୍ମ ଶରୀରରେ ଧରାବତରଣ କରିଥାନ୍ତି। ଏଣୁ ସେମାନଙ୍କ ସନ୍ତୁଷ୍ଟି ନିମନ୍ତେ ଲୋକେ ପୂର୍ବଜଙ୍କୁ ଶ୍ରାଦ୍ଧ, ତର୍ପଣ ଓ ଦାନ ପୂଣ୍ୟ ଆଦି କରିଥାନ୍ତି। ତେବେ ଆସନ୍ତୁ ଜାଣିବା ପିତର କିଏ।

ବ୍ୟକ୍ତିଙ୍କ ପରିବାରର ସେହି ସବୁ ସଦସ୍ୟମାନେ ଯେଉଁମାନଙ୍କର ପରଲୋକ ହୋଇସାରିଥାଏ ତାଙ୍କୁ ପିତର କୁହାଯାଏ। ଏଥିରେ ବୃଦ୍ଧ, ବୃଦ୍ଧା, ମହିଳା, ପୁରୁଷ ଓ ଦିବଙ୍ଗତ ଶିଶୁଙ୍କୁ ଶ୍ରାଦ୍ଧ ଦିଆଯାଏ। ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ସନ୍ତାନମାନେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଓ ଦାନ ଆଦି କରନ୍ତି ସେମାନେ ଅଖଣ୍ଡ ଶାନ୍ତିର ଅଧିକାରୀ ହୋଇଥାନ୍ତି। କେବଳ ସେତିକି ନୁହେଁ ସେମାନଙ୍କ ସନ୍ତୋଷରେ ଆମର ହୋଇ ପାରୁନଥିବା କାମ ବି ସହଜରେ ହୋଇଯାଏ। ସୁକ୍ଷ୍ମ ଶରୀରରେ ରହି ସେମାନେ ଆମର ସହାୟତା କରନ୍ତି। ଏଣୁ କୁହାଯାଏ ପିତୃପକ୍ଷରେ ପିଣ୍ଡଦାନ ସହ ସେମାନଙ୍କ ସନ୍ତୋଷ ନିମନ୍ତେ ଶ୍ରାଦ୍ଧ ଓ ତର୍ପଣ କରିବା ଉଚିତ। ତେବେ ଆସନ୍ତୁ ଏବେ ଜାଣିବା ପିତୃପକ୍ଷ ତିଥି କଣ।

ଭାଦ୍ରପଦ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଆଶ୍ୱିନମାସ ଅମାବାସ୍ୟା ପର୍ଯ୍ୟନ୍ତ ୧୬ ଦିନକୁ ପିତୃପକ୍ଷ କୁହାଯାଏ। ମାସର ପ୍ରଥମ ପ୍ରତିପଦ ତିଥିରୁ ଶ୍ରାଦ୍ଧଦାନ ଆରମ୍ଭ ହୁଏ । ତେବେ ଭାଦ୍ରବ ପୂର୍ଣ୍ଣିମାରେ ବି ଶ୍ରାଦ୍ଧଦାନ କରାଯାଏ  ପରିବାରର ସେହି ସଦସ୍ୟ ଯିଏ  ପୁର୍ଣ୍ଣମୀରେ ପରଲୋକ ଗମନ କରିଥାନ୍ତି ତାଙ୍କ ଲାଗି ଏହି ଦିନ ଶ୍ରାଦ୍ଧ ଦିଆଯାଏ। ଯଦି କୌଣସି କାରଣରୁ ପୂର୍ଣ୍ଣିମାରେ ଶ୍ରାଦ୍ଧଦାନ କରି ନ ହେଲା ତେବେ ପିତୃମୋକ୍ଷ ଅମାବାସ୍ୟା ଦିନ ବି ଶ୍ରାଦ୍ଧଦାନ କରାଯାଇପାରେ।ତେବେ ଯେଉଁମାନେ ନିଜର ପିତରଙ୍କ ମୃତ୍ୟୁ ତିଥି ଭୁଲି ଯାଇଥାନ୍ତି ଓ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ କରିପାରନ୍ତି ନାହିଁ। ତେବେ ସେମାନେ ପିତୃମୋକ୍ଷ ଅମାବାସ୍ୟାରେ  ଶ୍ରାଦ୍ଧଦାନ କଲେ ସେମାନଙ୍କର ଆତ୍ମ ସନ୍ତୋଷ ହୋଇଥାଏ। ଏଣୁ ଏହି ଦିନରେ ତର୍ପଣ, ଶ୍ରାଦ୍ଧଦାନ ଓ ଦାନ ଆଦି କଲେ ପିତରଙ୍କ ଆତ୍ମ ସନ୍ତୋଷ ହୁଏ ବୋଲି ଭାରତୀୟ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ରହିଛି।

Spread the love