ଆସିଲା SRCଙ୍କ ନୂଆ ଗାଇଡ଼ଲାଇନ୍‌ : ଯାତ୍ରା-ଅପେରା-ଡ୍ରାମାକୁ ଅନୁମତି, ଅନ୍‌ଲାଇନ୍‌ କିମ୍ବା ଅଧିକ କାଉଣ୍ଟରରେ ହେବ ଟିକେଟ୍ ବୁକିଂ

ଭୁବନେଶ୍ୱର ୨୦।୧୧: ଯାତ୍ରା, ଅପେରା, ଡ୍ରାମାକୁ ଅନୁମତି । ଯାତ୍ରା, ଅପେରା, ଡ୍ରାମା , ମେଲୋଡି ଆଦି ପାଇଁ ଅନୁମତି ଦେଲେ ରାଜ୍ୟ ସରକାର । ଏ ନେଇ ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି । କୋଭିଡ୍ କଟକଣା ମଧ୍ୟରେ ଏହିସବୁ କାର୍ଯ୍ୟକ୍ରମ ଚାଲିବ। ଆଜିଠାରୁ ଏହି ଗାଇଡଲାଇନ୍ ଲାଗୁ ହୋଇଛି। ଅନଲାଇନରେ କିମ୍ବା ଅଧିକ କାଉଣ୍ଟରରେ ଟିକେଟ ବୁକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରା, ଅପେରା ଓ ଡ୍ରାମା ପାଇଁ ଜିଲ୍ଲାପାଳ, ଏସ୍ ପି କିମ୍ବା ମ୍ୟୁନିସପାଲ କମିଶନରଙ୍କ ଅନୁମତି ନେବା ଜରୁରୀ । ଖୋଲା ପଡ଼ିଆରେ ୨ ହଜାର ଲୋକ ସାମାଜିକ ଦୂରତ୍ବା ରକ୍ଷା କରିପାରିବେ।

Spread the love