ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ଘଣ୍ଟି, ୫୮ଟି ଓଡ୍ରାଫ ଓ ଅଗ୍ନିଶମ ଟିମ୍‌ ପଠାଗଲା

ମୟୂରଭଞ୍ଜ,ବାଲେଶ୍ୱରରେ ନିଶ୍ଚିତ ବନ୍ୟା। ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା। ଏନେଇ ପ୍ରତିକ୍ରିୟା ଦେଇଛନ୍ତି SRC ପ୍ରଦୀପ ଜେନା। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍‌ ଖୋଲା ରହିଛି। ପ୍ରତି ସେକେଣ୍ଡକୁ ୪ଲକ୍ଷ ୨୫ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି। ଯାହା ସୁବର୍ଣ୍ଣରେଖା ସିଷ୍ଟମ ପ୍ରତି ବିପଦ ସୃଷ୍ଟି କରଛି ।

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ କରାଯାଇଛି। ୫୮ଟି ଓଡ୍ରାଫ ଓ ଅଗ୍ନିଶମ ଟିମ୍‌ ୨ଟି ଜିଲ୍ଲାକୁ ଯାଇଛନ୍ତି। ଏହି ଦୁଇ ଜିଲ୍ଲାରେ ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ। ବଂଶଧାରାରେ ଜଳସ୍ତର କମୁଛି, କିଛି ବିପଦ ନାହିଁ। ମହାନଦୀ ସିଷ୍ଟମରେ ଆଉ ବନ୍ୟା ଆଶଙ୍କା ନଥିବା ସୂଚନା ଦେଇଛନ୍ତି SRC।

Spread the love