ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଦାବି, ଜିଲ୍ଳା ପ୍ରଶାସନ ପକ୍ଷରୁ ସେବାୟତ ଓ ଅନ୍ୟମାନଙ୍କ ସହ ଆଲୋଚନା

ପୁରୀ, ୦୯/୧୧: ମହଧାର୍ମିକ କାର୍ତ୍ତିକ ମାସ ଚାଲିଥିବାରୁ ପୁରୀରେ ଅସମ୍ଭାଳ ଭିଡ଼ ହେଉଛି। ଦୀର୍ଘ ସମୟ ବ୍ୟାରିକେଡରେ ଅପେକ୍ଷା କରି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି। କେବଳ ପୁରୀ ସହରବାସୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ କୋଭିଡ ଟୀକା ସହ ପରିଚୟ ପତ୍ର ଯାଞ୍ଚ ପାଇଁ ଅନେକ ସମୟ ଯାଉଛି। ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ନେଇ ଦୀର୍ଘଦିନ ହେବ ଦାବି ହୋଇଆସୁଛି।

ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଳା ପ୍ରଶାସନ ପକ୍ଷରୁ ସେବାୟତ ଓ ଅନ୍ୟମାନଙ୍କ ସହ ଆଲୋଚନା ଜାରି ରହିଛି । ବୟସ୍କ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଅଟୋ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଛି। ତେବେ କୋଭିଡ ୧୯ ପ୍ରୋଟୋକଲକୁ ସମସ୍ତେ ଅନୁପାଳନ କରିବା  ଆବଶ୍ୟକ ଥିବା ବେଳେ ଚାରି ଦ୍ଵାରରେ ପ୍ରବେଶ ନେଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି  ଜିଲ୍ଲାପାଳ କହିଛନ୍ତି ।

Spread the love