ଶ୍ରୀମନ୍ଦିରରେ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ପଡ଼ିଲା ଲାଲି କାର୍ପେଟ

ପୁରୀ ୧୫/୦୩ : ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ପଡ଼ିଛି ଲାଲ କାର୍ପେଟ। ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ସମ୍ପୂର୍ଣ କୋହଳ ହେବା ପରେ ଏବେ ପୁରୀରେ ଶ୍ରଦ୍ଧାଳୁଙ୍କ ଅତ୍ୟଧିକ ଭିଡ ଲାଗୁଛି। ପ୍ରଚଣ୍ଡ ଖରାରେ ପ୍ରବଳ ଗହଳି ଯୋଗୁଁ ଭକ୍ତ କଲବଲ ହେଉଛନ୍ତି। ମାର୍କେଟ ଛକ ଯାଏଁ ଭକ୍ତଙ୍କର ଲମ୍ବା ଧାଡ଼ି ଲାଗୁଛି। ଖରାରେ ବଡ଼ଦାଣ୍ଡରେ ଠିଆ ହେବା ମଧ୍ୟ ମୁସ୍କିଲ। ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲାଲି କାର୍ପେଟ ପକାଯାଇଛି।ଫଳରେ ଭକ୍ତମାନେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି।

Spread the love