ଜାଣନ୍ତୁ କୃଷ୍ଣଙ୍କ ବାଲ୍ୟ ସାଥୀ ସୁଦାମା ଏତେ ଗରିବ ଥିଲେ କାହିଁକି?

କୃଷ୍ଣ ଓ ସୁଦାମାଙ୍କ କାହାଣୀ ତ ସମସ୍ତେ ଜାଣିଥିବେ ଆପଣ। ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ ଓ ନିର୍ଦ୍ଧନ ବ୍ରାହ୍ମଣଙ୍କ ଏହି କାହାଣୀ ବାସ୍ତବିକ ଶିକ୍ଷଣୀୟ। ଏଣୁ ଆଜିର ଦିନରେ ବି କୃଷ୍ଣସୁଦାମାଙ୍କ କାହାଣୀର ଯଥେଷ୍ଠ ତାତ୍ପର୍ଯ୍ୟ ରହିଛି। ଯେଉଁମାନେ କେବେ ଏହି କାହାଣୀ ମନନ କରୁଥିବେ ସେମାନଙ୍କ ମନରେ ସ୍ୱତଃ ପ୍ରଶ୍ନ ଉଠିଥିବା ଶ୍ରୀକୃଷ୍ଣଙ୍କ ବାଲ୍ୟ ସାଥୀ ଏତେ ଗରିବ କିପରି ହେଲେ? ଭଗବା ଶ୍ରୀକୃଷ୍ଣ ତ ଅନ୍ତର୍ଯ୍ୟାମୀ ସେ କଣ ସୁଦାମାଙ୍କ ଗିରିବୀ ଜାଣି ପାରୁନଥିଲେ। ତେବେ ଏ ସବୁ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆପଣଙ୍କୁ ଏହି କାହାଣୀଟି ପଢିବାକୁ ହେବ। ଏଥିରୁ ଆପଣ ଜାଣି ଯିବେ କାହିଁ ଦରିଦ୍ର ହୋଇଥିଲେ ସୁଦାମା।

ସୁଦାମା ଶ୍ରୀକୃଷ୍ଣଙ୍କର ଜଣେ ଉତ୍ତମ ମିତ୍ର ଥିଲେ। କେବଳ ସେତିକି ନୁହେଁ ଜଣେ ବ୍ରାହ୍ମଣ ଭାବେ ବେଦ, ପୁରାଣ ଓ ଉପନିଷଦର ମଧ୍ୟ ଜ୍ଞାତା ଥିଲେ। ଏହି ବିଦ୍ୱାନ ବ୍ରାହ୍ମଣ ଶ୍ରୀକୃଷ୍ଣଙ୍କର ଜଣେ ଭକ୍ତ ବି ଥିଲେ। କୃଷ୍ଣଙ୍କ ସହ ତାଙ୍କର ମିତ୍ରତା ଋଷି ସନ୍ଦିପନୀଙ୍କ ଆଶ୍ରମରେ ହୋଇଥିଲା। ଋଷିଙ୍କ ଆଶ୍ରମ ନିକଟରେ ଗାଁଟିଏ ଥିଲା। ଗାଁରେ ଜଣେ ବ୍ରାହ୍ମଣୀ ରହୁଥିଲେ। ବ୍ରାହ୍ମଣୀ ଅତ୍ୟନ୍ତ ଗରିବ ଓ ଭିକ୍ଷାଟନରୁ ଯାହା ମିଳେ ସେଥିରେ ତାଙ୍କର ପରିବାରଟି ଚଳିଯାଉଥିଲା। ତେବେ କିଛି ଦିନ ଧରି ତାଙ୍କୁ ଭିକ୍ଷା ମିଳୁନଥିଲା। ଏଣୁ ପରିବାରରେ ସମସ୍ତେ ନିରାହାରରେ ଥିଲେ। ଏଥିରେ ଦିନ ବ୍ରାହ୍ମଣୀଙ୍କୁ ଭିକ୍ଷାରେ କିଛି ଚଣା ମିଳିଥିଲା। ସେଥିରେ ସେ ପିଲାମାନଙ୍କର ଭୋକ ଦୂର କରିପାରିବେ ବୋଲି ଭାବି ତାକୁ ପୁଟୁଳି କରି ଆଣି ଘରେ ରଖିଥିଲେ। ତା ପରଦିନ ସକାଳ ହେଲେ ପିଲାଙ୍କୁ ବ୍ରହ୍ମଣୀ ଚଣା ଖାଇବାକୁ ଦେଇଥାନ୍ତେ।

ହେଲେ ବିଧିର ବିଧାନ ବଡ ବିଚିତ୍ର। ରାତିରେ ଚୋର ତାଙ୍କ ଘରେ ପଶି ପୁଟୁଳିରେ ଥିବା ଚଣାକୁ ସୁନା ଭାବି ଚୋରାଇ ନେଇଥିଲା। ତେବେ ସନ୍ତର୍ପଣରେ ଯିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡିଯାଇଥିଲା। ଲୋକେ ଗୋଡାଇବାରୁ ଚୋର ସନ୍ଦିପନୀଙ୍କ ଆଶ୍ରମରେ ପଶି ଯାଇଥିଲା। ତେବେ ଚୋରି ଅଭିଯୋଗରୁ ମୁକ୍ତ ହେବା ଲାଗି ସେ ଚଣା ପୁଟୁଳିଟିକୁ ଆଶ୍ରମରେ ଛାଡିଯାଇଥିଲା। ତା ପରଦିନ ସକାଳେ କୃଷ୍ଣ ଓ ସୁଦାମା ଆଶ୍ରମର ଗୋରୁଙ୍କୁ ଚରେଇବାକୁ ବାହାରିଥିଲେ। ଏଣୁ ଗାଈ ଚରେଇ ଯିବା ବେଳେ ଗୁରୁମାତା ଚଣାପୁଟୁଳିଟି ସୁଦାମାଙ୍କୁ ଦେଇଥିଲେ। କହିଥିଲେ ଭୋକ ଲାଗିଲେ ଉଭୟ ବାଣ୍ଟି କରି ଖାଇବ।

ସେପଟେ ଚଣା ପୁଟୁଳିଟି ଚୋର ନେଇ ଯାଇଥିବାରୁ ଘରେ ତା ପରଦିନ ସକାଳେ ଖାଇବାକୁ ଦାନାଟେ ବି ନଥିଲା। ଏଥିରେ ବ୍ରାହ୍ଣଣୀ ରାଗି ଅଭିଶାପ ଦେଲେ ଯେ ଚଣା ଯିଏ ବି ଖାଇବ ସେ ତାଙ୍କ ଭଳି ଦରିଦ୍ର ହେବ। ତେବେ ବିଦ୍ୱାନ ବ୍ରାହ୍ମଣ ସୁଦାମା ଚଣା ଶାପିତ ବୋଲି ଜାଣି କୃଷ୍ଣଙ୍କୁ ଦାରିଦ୍ର୍ୟତାରୁ ମୁକ୍ତ ରଖିବା ଲାଗି ନିଜେ ଏକାକୀ ଟୁକୁଟକ କରି ଚଣା ତକ ଖାଇ ସାରି ଦେଇଥିଲେ। ଯେତେବେଳେ କୃଷ୍ଣ ମାଗିଲେ ସେତେବେଳକୁ ଆଣ ଚଣା ନଥିଲା। ଏଣୁ ବ୍ରାହ୍ମଣୀଙ୍କ ଶାପ ଯୋଗୁ ସୁଦାମା ଜ୍ଞାନୀଗୁଣି ହୋଇ ମଧ୍ୟ ଦାରିଦ୍ର୍ୟତା ଭୋଗିବାକୁ ବାଧ୍ୟ ହୋଇଥିଲେ।

ତେବେ ଯେତେବେଳେ ସୁଦାମା ଦାରିଦ୍ର୍ୟର କଷାଘାତରେ ସନ୍ତୁଳିହୋଇ ଗଲେ ଏଥିରୁ ମୁକ୍ତ ହେବା ଲାଗି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବାକୁ ଇଛା କଲେ। ଏଥିପାଇଁ ଶାହାସ ସଞ୍ଚୟ କରି ଦ୍ୱାରକାକୁ ମଧ୍ୟ ଗଲେ। ହେଲେ ସ୍ୱାଭିମାନ ଯୋଗୁ ବନ୍ଧୁଙ୍କୁ କହିପାରିଲେନି ପାରିବାରିକ ସମସ୍ୟା କଥା। ବନ୍ଧୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବାରୁ  ସତ୍କାରର ସହ ତାଙ୍କୁ ବାଟୋଇ ଦେଇ ଆସିଥିଲେ କୃଷ୍ଣ। ହେଲେ ରାସ୍ତା ତମାମ ସୁଦାମା ନିଜ ଦାରିଦ୍ର୍ୟତା କଥା ଚିନ୍ତା କରିକରି ଘରେ ପହଞ୍ଚିବା ବେଳକୁ ସବୁ କାୟା କଳ୍ପ ହୋଇ ସାରିଥିଲା। ଭଙ୍ଗା କୁଡିଆ ମହଲରେ ପରିଣତ ହୋଇ ସାରିଥିଲା। ଶୁଷ୍କ ହୋଇ ଯାଇଥିବା ପତ୍ନୀ ଓ ପିଲାମାନେ ବେଶ ପ୍ରଫୁଲ୍ଲିତ ଦେଖାଯାଉଥିଲେ। କୃଷ୍ଣଙ୍କ ଦର୍ଶନ ମାତ୍ରେ ବ୍ରାହ୍ମଣୀଙ୍କ ଶାପ ମୁକ୍ତ ହେବା ସହ ସୁଦାମାଙ୍କ ଠାରୁ ଦାରିଦ୍ର୍ୟତା ଉଭେଇ ଯାଇଥିଲା।

Spread the love