କରାନ୍ତୁ ବାଳଗୋପାଳଙ୍କୁ ସ୍ନାନ, ଧ୍ୟାନରେ ରଖନ୍ତୁ ଏହିସବୁ ଜିନିଷ

ଜନ୍ମାଷ୍ଟମୀ ବ୍ରତକୁ ନେଇ ଲୋକେ ସବୁକିଛି ପ୍ରସ୍ତୁତ କରିସାରିଲେଣି। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ସଜାଇ ତାଙ୍କୁ ଭୋଗ ଲଗାଇଥାନ୍ତି। ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ। ରାତି ୧୨ଟାରେ ପୂଜା କରାଯାଏ। ପୂଜା ସମୟରେ କିଛି କଥା ଧ୍ୟାନରେ ରଖିବା ଉଚିତ। ଏମିତି କଲେ ଶ୍ରୀକୃଷ୍ଣଙ୍କ ଅସୀମ କୃପା ମିଳିବ। ତେବେ ଆସନ୍ତୁ ଜାଣିବା କେମିତି କରିବେ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ନାନ।ଆଜି ରାତି ୧୨ଟାରେ କାକୁଡିକୁ କଏନରେ କାଟି ବାଳ ଗୋପାଳ ଶ୍ରୀକୃଷ୍ଣଙ୍କ ଜନ୍ମ କରାନ୍ତୁ। ପୌରାଣିକ କଥା ଅନୁସାରେ, କାକୁଡି ଦେବକୀ ମା’ଙ୍କ ଗର୍ଭର ପ୍ରତୀକ।ଏହାପରେ ଶଙ୍ଖରେ କ୍ଷୀର ଭରି ଶ୍ରୀକୃଷ୍ଣଙ୍କ ଅଭିଷେକ କରାନ୍ତୁ। ପଞ୍ଚାମ୍ତରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ନାନ କରିପାରିବେ।

ଏହାପରେ ଶ୍ରୀକୃଷ୍ଣଙ୍କୁ ନରମ ଏବଂ ମଲାୟମ କପଡା ପିନ୍ଧାନ୍ତୁ। ଏହାପରେ ମୁଣ୍ଡରେ ମୁକୁଟ ଏବଂ ହାତରେ ବଇଂଶୀ ଧରାଇ ଝୁଲା ଝୁଲାନ୍ତୁ।

ଏହିସବୁ କାର୍ଯ୍ଯ ସରିବା ପରେ ଲହୁଣି ଏବଂ ମିଶ୍ରି ,ଏବଂ ତୁଳସୀ ମିଶା ଭୋଗ ଲଗାନ୍ତୁ। ଖୀର, ପିଂଜିରୀ, ପେଡା ଇତ୍ଯାଦି ଭୋଗ ଲଗାନ୍ତୁ। ଧ୍ୟାନରେ ରଖନ୍ତୁ ତୁଳସୀ ବିନା ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇବା ଅଧୁରା ହୋଇଥାଏ।

Spread the love