ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ପୁରୀ :  ପୁରୀ ଶ୍ରୀମନ୍ଦିର ପରିସରରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏପରି ଏକ ସମ୍ବେଦନଶୀଳ ଘଟଣା ୨ ଦିନ ପୂର୍ବେ ଶ୍ରୀମନ୍ଦିରରେ ଘଟିଥିବା ବେଳେ ଆଜି ଘଟଣା ସମ୍ପର୍କରେ ଜଣାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ପୂଜକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ଆଜିକୁ ପ୍ରାୟ ୨ ଦିନ ତଳେ ଜଣେ ନାବାଳିକା ନିଜ ପରିବାର ସହ ଶ୍ରୀମନ୍ଦିରକୁ ଆସିଥିଲେ । ଏହି ସମୟରେ ଶ୍ରୀମନ୍ଦିର ପରିସରରେ ଥିବା ବାମନ ମନ୍ଦିରରେ ଜଣେ ପୂଜକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ପରେ ନାବାଳିକା ଜଣଙ୍କ ଏନେଇ ପରିବାର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି । ସିଡବ୍ଲ୍ୟୁସିରେ ନାବାଳିକାଙ୍କୁ କାଉନସେଲିଂ ପରେ ବୟାନ ରେକର୍ଡ କରାଯାଇଛି । ପୋକସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ସିଂହଦ୍ୱାର ପୁଲିସ୍ ।

Spread the love