ଶ୍ରୀମନ୍ଦିର ଓ ଅଠରନଳାର ୧୦୦ମିଟର ପରିଧିରୁ ହଟିବ ବେଆଇନ ନିର୍ମାଣ, ଆରମ୍ଭ ହେଲା ମାପଚୁପ

ପୁରୀ ୨୯।୧୦: ଶ୍ରୀମନ୍ଦିର ଚୌହଦୀ ଓ ଅଠରନଳା ପୋଲ ଚୌହଦୀର ୧୦୦ ମିଟର ଅଞ୍ଚଳ ଭିତରେ ବେଆଇନ କୋଠା ନିର୍ମାଣଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏନେଇ ଶୁକ୍ରବାର ପିକେଡିଏ ଓ ଏଏସଆଇ ଅଧିକାରୀଙ୍କୁ ନେଇ ଏକ କମିଟି ମାପଚୁପ କରିଛନ୍ତି । ବେଆଇନ ନିର୍ମାଣ କାମକୁ ସବୁ ବନ୍ଦ କରିବେ ।

NMA ବା ଜାତୀୟ ଐତିହ୍ୟ କୀର୍ତ୍ତିରାଜି ପ୍ରାଧିକରଣ ନିୟମ ଅନୁଯାୟୀ ଏହି ଦୁଇ ଐତିହ୍ୟସ୍ଥଳର ସୁରକ୍ଷା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। NMAର ନିୟମ ଅନୁସାରେ ଐତିହ୍ୟ ସ୍ଥଳର ୧୦୦ ମିଟର ପରିଧିରେ କୌଣସି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ୩୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଆବଶ୍ୟକ। ଯେଉଁମାନେ ନିୟମ ଉଲଙ୍ଘନ କରିଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love