ଶ୍ରୀମନ୍ଦିରରେ ଦୀପଦାନ କଲେ ରାଜ୍ୟର ୨୧ଟି ପୀଡ଼ିତ ପରିବାର, ଗୁଣ୍ଡିଚା ମନ୍ଦିର ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ କଲେ ଶୋଭାଯାତ୍ରା

ପୁରୀ, ୩୦/୧୨: ପୁରୀରେ ରାଜ୍ୟର ୨୧ଟି ପୀଡିତ ପରିବାର । ଗୁଣ୍ଡିଚା ମନ୍ଦିର ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏହି ସମସ୍ତ ପରିବାର ଶୋଭାଯାତ୍ରା କରିବା ସହ ନ୍ୟାୟ ପ୍ରଦାନ ପାଇଁ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରିଛନ୍ତି । ନୟାଗଡ଼ର କୁନି ଝିଅ ପରି ଅପହରଣ ଓ ହତ୍ୟାକାଣ୍ଡ ଘଟଣା, ମାହାଙ୍ଗାର ବିକାଶ ଜେନା ହତ୍ୟାକାଣ୍ଡ, ଯାଜପୁର ବିଂଝାରପୁରର କୁନି ଝିଅ ପିହୁ ନିଖୋଜ ଘଟଣା, ମାନବପ୍ରେମୀ ଆଦିତ୍ୟ ଦାଶ ହତ୍ୟାକାଣ୍ଡ, କେନ୍ଦ୍ରାପଡାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟାକାଣ୍ଡ ଆଦି ରାଜ୍ୟର ଚର୍ଚ୍ଚିତ ୨୧ଟି ଘଟଣାର ପିଡୀତଙ୍କ ପରିବାର ଆଜି ଶ୍ରୀକ୍ଷେତ୍ରରେ ଏକତ୍ରିତ ହୋଇଥିଲେ। ପୂର୍ବରୁ ଏ ସମସ୍ତ ପରିବାର ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ସିବିଆଇ ତଦନ୍ତ ହୋଇ ନ୍ୟାୟ ନମିଳିଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love