ଶ୍ରୀକୃଷ୍ଣ ଜନ୍ମଭୂମି ପାଇଁ ଲଢୁଥିବା କିଏ ଏହି ବ୍ୟକ୍ତି ? ପୂର୍ବରୁ କୋର୍ଟ ଖାରଜ କରିସାରିଛନ୍ତି ଆବେଦନ, ଏବେ ପୁଣି ଚର୍ଚ୍ଚାରେ

ନୂଆଦିଲ୍ଲୀ ୧୮/୦୩:  କୋର୍ଟଙ୍କ ଅବମାନନାଠୁ ଆରମ୍ଭ କରି ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସହ ବିବାଦ, ମଥୁରା ରାମ ଜନ୍ମଭୂମି ମନ୍ଦିର ପାଇଁ ନ୍ୟାୟିକ ଲଢେଇ ଲଢୁଥିବା ମଧ୍ୟପ୍ରଦେଶରେ ୩୦ ବର୍ଷୀୟ ଓକିଲ ମହକ ମାହେଶ୍ୱରୀ ଏବେ ଚର୍ଚ୍ଚାରେ । ତାଙ୍କ ଗୁରୁ ହେଲେ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି ମହକ କହିଛନ୍ତି ଯେ, ସେ ଜଣେ ରାଷ୍ଟ୍ରବାଦୀ କୃଷ୍ଣ ଭକ୍ତ । ଧ୍ୱଂସ ହୋଇଯାଇଥିବା ମନ୍ଦିରର ସୁଧାର ପାଇଁ ସେ ପଦକ୍ଷେପ ନେଉଛନ୍ତି । କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ମନ୍ଦିରରେ ଏବେ ଶାହୀ ଇଦଗାହ ମସଜିଦ ରହିଛି । ଏହାକୁ ହଟାଇ ଜମିକୁ ହିନ୍ଦୁଙ୍କୁ ପ୍ରଦାନ କରିବାକୁ କୋର୍ଟରେ ଆବେଦନ ହୋଇଥିଲା । କିନ୍ତୁ କୌଣସି କାରଣରୁ ଏହା ଖାରଜ ହୋଇଯାଇଥିଲା । ପୁଣି ଆବେଦନ ଦାଖଲ ହୋଇଛି । ଯାହାର ଶୁଣାଣି  ଆସନ୍ତା ଜୁଲାଇ ୨୫ରେ କରାଯିବ ।

ସେ ୨୦୨୦ରେ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଆବେଦନ ଦାଖଲ କରି ଚର୍ଚ୍ଚାକୁ ଆସିଥିଲେ । ଯେଉଁଥିରେ ପ୍ରଶାନ୍ତ ବାରତର ତତ୍କାଳୀନ ପ୍ରଧାନ ବିଚାରପତିଙ୍କ ସମେତ ଆଉ କିଛି ବିତାରପତିଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍ କରିହୁଏ ।

ସିଏରୁ ଓକିଲ ମହକ

ମହକ ପ୍ରଥମେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଥିଲେ । କିନ୍ତୁ ଓକିଲାତି ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ କେବଳ ମନ୍ଦିର ସହ ଜଡିତ ମାମଲା ନୁହେଁ, ଅନ୍ୟ ମାମଲା ମଧ୍ୟ ଉଠାଇଥାନ୍ତି । ୨୦୧୮ରେ ସେ ସୁଭ୍ରମଣ୍ୟମ ସ୍ୱାମୀଙ୍କ ପାଖରେ ଇଣ୍ଟର୍ନସିପ୍ କରିଥିଲେ । ସେବେଠୁ ସେ ତାଙ୍କ ସହ ଜଡିତ ।

କୃଷ୍ଣଙ୍କ ମନ୍ଦିର ତିଆରି କରି ପରିବାରର ସ୍ୱପ୍ନ ପୂରଣ କରିବେ

ମହକ ଏକ ମିଶନରେ ଅଛନ୍ତି । ମଥୁରାରେ କୃଷ୍ଣଙ୍କ ମନ୍ଦିର ପ୍ରତିଷ୍ଠା କରିବା ତାଙ୍କର ଇଚ୍ଛା । ଏହା ତାଙ୍କର ପରିବାରର ସଦସ୍ୟଙ୍କର ମଧ୍ୟ ଇଚ୍ଛା ଅଟେ । ତାଙ୍କ ଜେଜେମାଆ ମଥୁରାରେ କୃଷ୍ଣ ମନ୍ଦିର ଦେଖିବା ନେଇ ସ୍ୱପ୍ନ ଦେଖିଥିଲେ । ଗତବର୍ଷ ଉତ୍ତରପ୍ରଦେଶରେ ତତ୍କାଳୀନ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ କାଶୀ ପରେ ମଥୁରା ପାଳି ବୋଲି କହିଥିଲେ । ଏହା ତାଙ୍କୁ ପ୍ରେରିତ କରିଥିଲା ।

ସେ ଆହୁରି କହିଛନ୍ତି, ଏବେ କାଶୀରେ ବେଶୀ କିଛି ହୋଇନାହିଁ । ଆହୁରି କାମ ବାକି ରହିଛି । ସେ ଜଣେ ରାଷ୍ଟ୍ରବାଦୀ । ଦେଶ ପାଇଁ କାମ କରୁଥିବା ଲୋକଙ୍କୁ ସେ ସମର୍ଥନ କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀକୃଷ୍ଣ ଜନ୍ମଭୂମି ପାଇଁ ଆଇନ ପ୍ରକ୍ରିୟା ଲଢୁଥିବା ମହକ ପ୍ରଥମ ବ୍ୟକ୍ତି ନୁହେଁ । ପୂର୍ବରୁ ମଥୁରା ଜିଲ୍ଲା ଅଦାଲତରେ ମାମଲା ଦାଖଲ ହୋଇଛି । ଏଥିରେ ଆଇନଗତଃ ଭାବେ ମସଜିଦ ହଟାଇବା ପାଇଁ ଦାବି କରାଯାଇତିଲା । ଆବେଦନରେ ଅନେକଙ୍କୁ ପକ୍ଷଭୂକ୍ତ କରାଯାଇଥିଲା । ତେବେ କୋର୍ଟ ଏହାକୁ ୨୦୨୦ରେ ଖାରଜ କରିଦେଇଥିଲେ । ଯାହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଥିଲା ।

Spread the love