ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ

ପୁରୀ ୨୯।୧୦: ଶ୍ରୀମନ୍ଦିର ଯାଇ ମ‌ହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଦର୍ଶନ ସମୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସେବାୟତ ଓ ବିଜେପୀ କର୍ମୀମାନେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ଦର୍ଶନ ସହ ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମଣିଥିଲେ । ତେବେ କୋଭିଡ୍ କଟକଣାରେ ଶ୍ରୀମନ୍ଦିରରେ ଚାଲିଥିବା ଦର୍ଶନ ବ୍ୟବସ୍ଥାକୁ ଦେଖି ଖୁସି ପ୍ରକଟ କରିଛନ୍ତି ମନ୍ତ୍ରୀ ।

Spread the love