ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ରାୟରେ  ପେନାଲ୍ଟିଂ ସହ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ହୋଇଛି । ଏହି କାମ ବିପୁଳ ଜନସ୍ବାର୍ଥ ପାଇଁ କରାଯାଉଛି । ଏଭଳି ଭାବେ ପିଆଇଏଲ୍ ଫାଇଲ୍ କରିବା ଆଇନର ଦୁରୁପଯୋଗ କରୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।ତେବେ ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ହାଇକୋର୍ଟ କୌଣସି ସ୍ଥଗିତାଦେଶ ଦେଇନଥିବାରୁ ଏହା ବିରୋଧରେ ସୁପ୍ରିମ କୋର୍ଟରେ ସୁମନ୍ତ କୁମାର ଘଡ଼େଇ ସମେତ ପୃଥକ ଭାବେ ୩ଟି ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ ହୋଇଥିଲା । ତେବେ ରାଜ୍ୟ ସରକାର ମେ’ ୧୩ ତାରିଖରେ ସୁପ୍ରିମ କୋର୍ଟ ଏହି ମାମଲାରେ କ୍ୟାଭେଟ୍ ଫାଇଲ୍ କରିଥିଲେ ।ଏପଟେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରେ କହିଛନ୍ତି ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ । ଏହି ଟ୍ୱିଟ ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ରାଜ୍ୟ ସରକାରଙ୍କ ଏହା ବିଜୟ । ଦେବୀ କହିଛନ୍ତି ପୁରୀ ପରିକ୍ରମା ପ୍ରକଳ୍ପ ଲାଗି ଯେଉଁ କାର୍ଯ୍ୟ କରୁଛନ୍ତି, କରୁଥିଲେ ତାହା ଠିକ ବୋଲି ପ୍ରମାଣିତ ହୋଇଗଲା । ପରିକ୍ରମା କାର୍ଯ୍ୟ ଶୀଘ୍ର ଶେଷ ହେଉ ଶ୍ରଦ୍ଧାଳୁ ଚାହୁଁଥିଲେ । ପୁରୀ ବିଧାୟକ ମଧ୍ୟ ଚାହୁଁଥିଲେ, ଆଜି ସ୍ପଷ୍ଟ ହୋଇଗଲା । ରାଜ୍ୟ ସରକାର ଯାହା କରୁଛନ୍ତି ଠିକ ଭାବରେ କରୁଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଆଶ୍ୱାସନାର ବିଷୟ ।

Spread the love