ଶ୍ରୀନିବାସ ଡିଗ୍ରୀ କଲେଜରେ ଶିକ୍ଷା ବିଭାଗର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଶ୍ରୀନିବାସ ଡିଗ୍ରୀ କଲେଜରେ ଶିକ୍ଷା ବିଭାଗର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୁଇଯାଇଛି | ନିବାସ ଡିଗ୍ରୀ କଲେଜର ଅଧ୍ୟକ୍ଷ ଯୁଧିଷ୍ଠିର ନାୟକ ସଭାପତିତ୍ୱ କରି ଛାତ୍ରଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ ଏବଂ ନିଜର ଲକ୍ଷ୍ୟ ସହ କଠିନ ପରିଶ୍ରମ ପାଇଁ ସେ ମତାମତ ଦେଇଥିଲେ | ଶିକ୍ଷା ବିଭାଗର ଅଧ୍ୟାପକ ମୁକ୍ତିକାନ୍ତ ବାରିକ ଶିକ୍ଷା ଶିକ୍ଷକ ଏକ ମୁଦ୍ରାର ଦୁଇଟି ପାର୍ଶ୍ୱ |ସେହିଭଳି ଇଂରାଜି ବିଭାଗ ର ଅଧ୍ୟାପକ ନିରଂଜନ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ କରୋନା ର ସମସ୍ତ ଗାଇଡ଼ ଉପରେ ସଚେତନ କରିବା ସହ ଆଗକୁ ଆଉ ଗୋଟେ ଭୁତାଣୁ ଉମିକ୍ରନ ଆସୁଥିବାରୁ ସମସ୍ତେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ | ଅଧ୍ୟାପକ ପ୍ରସନ୍ନ କୁମାର ପଣ୍ଡା , ନିକୁଞ୍ଜ ବିହାରୀ ଦାସ ଏବଂ ବିରଞ୍ଚି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ | ଏଥିରେ +୩ ତୃତୀୟ ଏବଂ ଦ୍ୱିତୀୟ ବର୍ଷ ର ଛାତ୍ରଛାତ୍ରୀ ମାନେ +୩ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ |ଏହି ଉତ୍ସବରେ ଭାଗ୍ୟଧର ଜେନା, ବିଜୟ କୁମାର ବେହେରା ପ୍ରକାଶ ଚନ୍ଦ୍ର ସେନାପତି, ପ୍ରୀତିନନ୍ଦା ବାରିକ, ଗାୟତ୍ରୀ ନାୟକ, ଶୃତିକୃଷ୍ନା ପ୍ରିୟା ଦେ, ହିମାଂଶୁ ଦାସ ,ରଜନୀ ଖାଟୁନ ଏବଂ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

Spread the love