୨୦ ବର୍ଷ ଶାସନ ଭିତରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି କ’ଣ ରହିଛି ତାହାର ହିସାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ସ୍ମୃତି

ଭୁବନେଶ୍ୱର, ୨୭/୧୨ : ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳାମାନଙ୍କୁ କେବେ ବି ଗୁରୁତ୍ୱ ଦିଅନ୍ତି ନାହିଁ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେରଖି ମୁଖ୍ୟମନ୍ତ୍ରୀ ମହିଳା ସଂରକ୍ଷଣ କଥା ଉଠାଇ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରିଛନ୍ତି । ଗତ କିଛିଦିନ ଧରି ରାଜଧାନୀର ରାଜରାସ୍ତାରେ ବିଭିନ୍ନ ଦାବି ନେଇ ଏଏନଏମ କର୍ମୀମାନେ ପ୍ରତିବାଦ କରିଚାଲିଛନ୍ତି । ମୁଖ୍ୟମନ୍ତ୍ରୀ କ’ଣ ଏ ବିଷୟରେ ଅବଗତ ନାହାଁନ୍ତି କି?ମହିଳାଙ୍କୁ ଗୁରୁତ୍ୱ ଦେବା କଥା କହୁଥିବା ମୁଖ୍ୟମନ୍ତ୍ରୀ ପ୍ରତିବାଦ କରୁଥିବା ଏଏନଏମ ମହିଳାଙ୍କ କଥା କାହିଁକି ବୁଝୁନାହାଁନ୍ତି ବୋଲି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ମୁହଁ ଫେରାଉଥିବାବେଳେ ଏଏନଏମ କର୍ମୀମାନେ କରୋନା ଯୋଦ୍ଧା ହୋଇ ରୋଗୀଙ୍କୁସେବା ସାହାଯ୍ୟ ଯୋଗାଇଥିଲେ । ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ସେମାନଙ୍କର ବକେୟା ଦରମା ଦେବା ପାଇଁ ମୁଖ୍ୟମବୀ କଣ ବ୍ୟବସ୍ଥା କରିଛନ୍ତି? ସେହିପରି ଲୋକସଭା ଭବନ ଠାରୁ ଆର ମ୍ଭ କରି ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ କାର୍ଯ୍ୟରତ ଥିବା ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି କାହିଁକିଦିଆଯାଉନାହିଁ । ଠିକା କର୍ମଚାରୀ ଭାବେ କାମ କରୁଥିବା ମହିଳାଙ୍କୁ ରାଜ୍ୟସରକାର ସେମାନଙ୍କୁ ସରକାରୀ ବ୍ୟବସ୍ଥାରେ ଦରମା ଦେବା ପାଇଁକାହିଁକି ବ୍ୟବସ୍ଥା କରୁନାହାଁନ୍ତି? ମୁଖ୍ୟମବୀ ମହିଳା ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଇପାରିବେ କି ବୋଲି ଶ୍ରୀମତୀ ପ…ନାୟକ ପ୍ରଶ୍ନ କରିଛନ୍ତିାସରକାରୀ ବ୍ୟବସ୍ଥାରେ ପ୍ରସବ ଜନିତ ଛୁଟି ମିଳେ କିନ୍ତୁ ଦୁର୍ଭାଗ୍ୟର କଥା ଠିକା ମହିଳା କର୍ମଚାରୀମାନେ ଏହି ସୁବିଧାରୁ ବଂଚିତ ରହୁଛନ୍ତିା ଗତ ୫ବର୍ଷରେ ପରୀ ସମେତ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି । ଏ ଦିଗରେ ମୁଖ୍ୟମବୀ ନୀରବ କାହିଁକି ରହିଛନ୍ତି ? ଏବେମୁଖ୍ୟମବୀ ୩୩ ପ୍ରତିଶତ ସଂରକ୍ଷଣ ଦୁହାଇ ଦେଇ ଓଡିଶାର ଲୋକଙ୍କୁ ଦୁଃସ୍ୱପ୍ନ ଦେଖାଉଛନ୍ତି । ଗତ ୨୦ ବର୍ଷ ଶାସନ ଭିତରେ ମହିଳାଙ୍କସାମାଜିକ ଓ ଅର୍ଥନୈତିକ ସ୍ଥିତି କ’ଣ ରହିଛି ତାହାର ହିସାବ ମୁଖ୍ୟମବୀ ଦେବା ପାଇଁ ଶ୍ରୀମତୀ ପ…ନାୟକ ଆହ୍ୱାନ ଦେଇଛନ୍ତି । ବିଜେପି ସରକାର ମହିଳାଙ୍କ ପାଇଁ କାଗଜରେ ନୁହେଁ ବାସ୍ତବରେ କାମ କରିଆସୁଛି । ମୋଦି ସରକାର ଭାରତବର୍ଷର ମହିଳା ମାନଙ୍କପାଇଁ ଶୌଚାଳୟ ନିର୍ମାଣ କରିବା ସହ କରୋନା ସମୟରେ ପ୍ରଧାନମବୀ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ, ଜନଧନ ଆକାଉଂଟଧାରୀ ଏବଂବିଧବା ମହିଳାଙ୍କୁ ଭତା ଓ ଅନ୍ୟାନ୍ୟ ସହାୟତା ଦେଇଛନ୍ତି । ମୋଦି ସରକାର ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟନିର୍ମାଣ କରାଯାଇ ମହିଳାଙ୍କୁ ସ୧ାନ ଦେଇଛନ୍ତି । ସେହିପରି କରୋନା ସମୟରେ ପ୍ରଧାନମବୀ ଉଜ୍ଜଳା ଯୋଜନାରେ ୪୭ ଲକ୍ଷରୁ ଉର୍ଦ୍ଧ୍ୱହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କାବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି । ରାଜ୍ୟର ୮୫.୨୦ ଲକ୍ଷ ଜନଧନ ଆକାଉଂଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟିଟଙ୍କା ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତା (ଏନଏସଏପି)ର ଯୋଜନାରେ ବରିଷ୍ଠ ନାଗରିକ,ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟିଟଙ୍କା ପ୍ରଦାନ କରାଯାଇଛି । ଓଡିଶାରେ ମିଶନ ଇନ୍ଦ୍ରଧନୁଷରେ ୩.୮ ଲକ୍ଷରୁ ଉର୍ଦ୍ଧ୍ୱ ଶିଶୁ ଏବଂ ୧.୧୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣକରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ବେଟି ବଚାଓ, ବେଟି ପଢାଓ ଭଳି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ୯.୪୮ ଲକ୍ଷ ଆକାଉଂଟ ସୁକନ୍ୟା ସମୃଦ୍ଧି ଯୋଜନାରେ ଖୋଲାଯାଇଛି ବୋଲି ଶ୍ରୀମତୀ  ପଟ୍ଟନାୟକଙ୍କ  କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love