ପଥଚାରୀଙ୍କ ତୃଷା ନିବାରଣ ଉଦ୍ୟମ ପାଇଁ ଦହିପଣା ବଣ୍ଟନ କଲେ ଏସ ଏସ ଡାନ୍ସ ଏବଂ ଫିଟନେସସ ଏକାଡେମୀ

ଭୁବନେଶ୍ୱର :-ଗ୍ରୀଷ୍ମମାସ ଆରମ୍ଭରୁ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଲାଣି । ସାରା ଓଡ଼ିଶା ଏବେ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପଥଚାରି ବିନା ପାନୀୟ ଜଳମୁନ୍ଦେ ପିଇବାକୁ ଡହଳ ବିକଳ ହେଉଛନ୍ତି।
ଆଉ ଏଥିପାଇଁ କେହି ଚାହିଁକି ବି ଘରୁ ବାହାରି ପାରୁନାହାଁନ୍ତି I ସରକାର ବିଭିନ୍ନ ପ୍ରକାର ସଚେତନ କରାଇବା ସହିତ ବହୁତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାତ ମିଶାଇ ପଥିକମାନେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହାରି ଭିତରେ ପଥଚାରିଙ୍କ ସାଥି ବନିଛନ୍ତି ଏସ ଏସ ଡାନ୍ସ ଏବଂ ଫିଟନେସସ ଏକାଡେମୀ ପକ୍ଷରୁ ତାରିଖ ୦୫/୦୫/୨୦୨୪:- ରବିବାର ସକାଳ ୧୦ଘଟିକା ଠାରୁ ଦିବା ୪ଘଟିକା ପ୍ରଯ୍ୟନ୍ତ ଜଳଛତ୍ର ଖୋଲାଯାଇ ବାଟୋଇମାନଙ୍କର ତୃଷା ନିବାରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଦିନ ୧୦ଟା ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନଯାତ୍ରା । ଦୁଇ ପାଦ ଚାଲିଲେ ତଣ୍ଟି ଶୁଖିଯାଉଛି, ମନ ଖୋଜୁଛି ଲେମ୍ବୁ ମିଶ୍ରି ପାଣି, ଥଣ୍ଡା ପାଣି ଓ ଦହିପାଣି ଆଦି ମାଗଣାରେ ବଣ୍ଟାଯାଉଛି । ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ସେହିପରି ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସହ ରାତି ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେଉନାହିଁ । ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରେକର୍ଡ ହେଉଛି । ଏହାସହ ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଆସନ୍ତା ଦୁଇ ଦିନ ପରେ ହ୍ରାସ ପାଇବ ।ଏଠାରେ ରହିଯାଇ ଗୋଟେ ଗ୍ଲାସ ପିଇ ବେଶ ଆଶ୍ବସ୍ଥି ଅନୁଭବ କରୁଛି । କଟକ ରୋଡ ସ୍ଥିତ ପ୍ଲଟ – 1906, 2nd floor, Opposite Reliance Smart (In front of Radhika Complex) , Puri – Cuttack Rd, Bomikhal, ଉକ୍ତ ଜଳଛତ୍ର ବଣ୍ଟନ ମହତପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟକର୍ତା ରିତା ମହାପାତ୍ର, ସୋନାଲିଶା ମ୍ୟାଡ଼ାମ,ଜୀନୁ ମ୍ୟାଡ଼ାମ.ଅନିମା ମିଶ୍ର,ସୁମନ ପୃଷ୍ଟି,କାର୍ଯ୍ୟକାରୀ ସଭାପତି ତାପସ ମହାପାତ୍ର ଏବଂ ଏସ ଏସ ଡାନ୍ସ ଏବଂ ଫିଟନେସସ ଏକାଡେମୀ ଅନ୍ୟ ସଦସ୍ୟମାନେ ଓ ଗଣମାଧ୍ୟମ ପ୍ରତେକ ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ।

Spread the love