ଏସ ଏସ ଡ୍ୟାନ୍ସ ଏବଂ ଫିଟନେସ ପକ୍ଷରୁ ଜଳଛତ୍ର
ଭୁବନେଶ୍ୱର: ଭୁବନେଶ୍ୱରର ଏସ ଏସ ଡ୍ୟାନ୍ସ ଏବଂ ଫିଟନେସ ଗ୍ରୁପ ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଏହି କାର୍ଯ୍ୟକ୍ରମ କରାଯାଇଛି। ଏସ ଏସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଦୀର୍ଘ ୭ ବର୍ଷ ଧରି ଜଳଛାତ୍ର କରା ଯାଉଛି।
ପ୍ରବଳ ଗୁଳୁଗୁଳି ଓ ଖରାକୁ ଦୃଷ୍ଟି ରେ ରଖି ଏସ ଏସ ଗ୍ରୁପ ପକ୍ଷରୁ ଜଳ ଛତ୍ର କରା ଯାଉଥିବା ଗ୍ରୁପର ସଦସ୍ୟ ତାପସ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରତିବର୍ଷ ପରି ସୋନିଅ ମାଡ଼ମ, ଅଳକା ଏବଂ ରଞ୍ଜିତ ସାର ସହଯୋଗ କରୁଛନ୍ତି। ଆଜି 5 ହଜାର ଲୋକଙ୍କ ପାଇଁ ଦହିପାଣି ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ତା କରା ଯାଇଥିଲା।