ଭୁବନେଶ୍ବରରେ ବିଶ୍ୱସ୍ତରୀୟ ଷ୍ଟାର୍ଟ ଅପ୍‌ ହବ୍‌ ଓ-ହବ୍‌ ଉଦ୍‌ଘାଟିତ

ରାଜ୍ୟରେ ବିଶ୍ୱସ୍ତରୀୟ ଷ୍ଟାର୍ଟ ଅପ୍‌ ହବ୍‌ ଓ-ହବ୍‌ ଉଦ୍‌ଘାଟିତ। ଓ-ହବ୍‌, ଷ୍ଟାର୍ଟ ଅପ୍‌ ଓଡ଼ିଶା ଇନ୍‌କ୍ୟୁବେସନ ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଷ୍ଟାର୍ଟ ଅପ୍‌ ଅପ୍‌ ଫର୍ମେସନ ଏବଂ ଏହାକୁ ଗତିଶୀଳ କରିବାରେ ସହାୟକ ହେବ ଓ-ହବ୍‌। ଭୁବନେଶ୍ୱରର ପଟିଆ ଏସଇଜେଡ୍‌ରେ ନିର୍ମାଣ ହୋଇଛି ଇନ୍‌କ୍ୟୁବେସନ ହବ୍‌। ଏକ ଲକ୍ଷ ୫୦ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଇଛି। ରାଜ୍ୟରେ ଷ୍ଟାର୍ଟ ଅପ୍‌ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାକୁ ଏଠାରେ ଅତ୍ୟାଧୁନିକ ସୁବିଧା ରହିଛି। ଏଠାରେ ନିବେଶକାରୀ, ମେଣ୍ଟର, କର୍ପୋରେଟ ପାର୍ଟନର ଓ ଫାସିଲିଟେରର ସମସ୍ତେ ଏକାଠି ଗୋଟିଏ ଛାତ କଳେ କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ସ୍ୱାସ୍ଥ୍ୟ, ଅକ୍ଷୟ ଶକ୍ତି, ଆଇସିଟି ଆଦି ବିଭିନ୍ନ କ୍ଷେତ୍ରରେ ପ୍ରତିବର୍ଷ ୨ଶହରୁ ଅଧିକ ଷ୍ଟାର୍ଟଅପ୍‌ଙ୍କୁ ପ୍ରୋତ୍ସାହିତ କରିବ।

୨୦୧୬ ଷ୍ଟାର୍ଟ ଅପ୍‌ ପଲିସୀ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୧୨ଶହରୁ ଅଧିକ ଷ୍ଟାର୍ଟ ଅପ୍‌ ସୃଷ୍ଟି କରିବା ସହ ୧୦ହଜାରରୁ ଅଧିକ ଲୋକଙ୍କୁ ରୋଜଗାର କ୍ଷମ କରାଯାଇପାରିଛି। ୨୦୨୫ ସୁଦ୍ଧା ୫ହଜାର ଷ୍ଟାର୍ଟ ଅପ୍‌ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ରଖିଛନ୍ତି। ଯୁବପୀଢିଙ୍କୁ ଷ୍ଟାର୍ଟ ଅପ୍‌ ପ୍ରତି ଆକୃଷ୍ଟ କରାଇବାକୁ ସ୍କୁଲ ପାଠ୍ୟକ୍ରମରେ ଏଣ୍ଟରପ୍ରିନିୟ୍ୟୁରସିପକୁ ସାମିଲ କରାଯିବ। ଏନେଇ ୨୦୨୧ ନୂଆ ଚିଠା ନୀତିରେ ପ୍ରସ୍ତାବ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Spread the love