ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନ କର୍ମଚାରୀଙ୍କ ପରିବାର ପକ୍ଷରୁ ରାଜ୍ୟକୁ ୪୪ଟି ଭେଂଟିଲେଟର ପ୍ରଦାନ

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନର କର୍ମଚାରୀମାନଙ୍କ ପରିବାର ରାଜ୍ୟର କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । କର୍ମଚାରୀମାନେ ସେମାନଙ୍କ ପରିବାର ପକ୍ଷରୁ ସଂଗୃହୀତ ଅର୍ଥ ତଥା ଏସବିଆଇ ଫାଉଣ୍ଡେସନ ପାଣ୍ଠିରୁ ମିଳିତ ଭାବେ ରାଜ୍ୟ ସରକାରଙ୍କୁ କୋଭିଡ ମୁକାବିଲା ପାଇଁ ୪୪ଟି ପୋରଟେବୁଲ ଭେଂଟିଲେଟର ଯୋଗାଇ ଦିଆଯିବ ବୋଲି ଷ୍ଟେଟ ବ୍ୟାଙ୍କର ଚିଫ୍ ଜେନେରାଲ ମ୍ୟାନେଜର ପ୍ରବୀଣା କାଲା ଜଣାଇଛନ୍ତି ।

ଏଥିମଧ୍ୟରୁ ୧୧ଟି ଭେଂଟିଲେଟର ଓଡ଼ିଶା ରାଜ୍ୟ ମେଡାକାଲ କର୍ପୋରେସନକୁ ଚଳିତ ମାସରେ ପ୍ରଦାନ କରାଯିବ । ବାକି ୩୩ଟି ସଂଗ୍ରହ କରାଯାଇ ଜୁନ୍ ମାସରେ ଦିଆଯିବ ବୋଲି ଶ୍ରୀମତୀ କାଲା କହିଛନ୍ତି ।

ଭାରତୀୟ ଷ୍ଟେଟ ବ୍ୟାଙ୍କର ଏହି ସହୃଦୟତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।

Spread the love