କେନ୍ଦ୍ରୀୟ ଯୋଜନା ହଡପ ନେଇ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଚଂଳ ଘେରାଓ କଲା ବିଜେପି

ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’  ମୋ ଆବାସ ଯୋଜନା‛ ଯୋଜନାରେ ହେଉଛି ବୋଲି କହି ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହା ବାହା ନେବାକୁ ବସିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଉଚ୍ଚାଙ୍କାକ୍ଷୀ ଜନକଲ୍ୟାଣକାରୀ ଯୋଜନା ଓ ଏହାଦ୍ୱାରା ଭାରତର ସମସ୍ତ ଜନସାଧାରଣଙ୍କୁ ପକ୍କାଘର ଯୋଗାଇଦେବାର ସୁଦୀର୍ଘ ପରିକଳ୍ପନା କରାଯାଇଛି । ଏହି ଯୋଜନାକୁ ଚଂଚକତା କରି କୌଣସି ରାଜ୍ୟର ସରକାର ଏହାକୁ ନିଜସ୍ୱ ଯୋଜନା ଭାବେ ଘୋଷଣା କରି ବିଭ୍ରାନ୍ତ କରାଇବା ନିଶ୍ଚିନ୍ତ ଭାବେ ଅଗଣତାନ୍ତ୍ରିକ, ଆଦର୍ଶ ସଂଘୀୟ ବ୍ୟବସ୍ଥାର ପରିପନ୍ଥି ଓ ଗ୍ରହଣଯୋଗ୍ୟ ନୁହେଁ । ଏହା ବିରୁଦ୍ଧରେ ରାଜ୍ୟ ବିଜେପି ସମସ୍ତ ୩୧୪ ବ୍ଲକ ଏବଂ ପୌରାଚଂଳ ଘେରାଓ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛି । ଏବେ ମୁଖ୍ୟମନ୍ତ୍ରୀ ଗ୍ରାମାଚଂଳରେ ୪ ଲକ୍ଷ ପକ୍କା ଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଇଛି । ସଂଘୀୟ ବ୍ୟବସ୍ଥାକୁ ଭୃକ୍ଷେପ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହି ସମସ୍ତ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ । ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କା ଟିଏ ଅର୍ଥ ବରାଦ ନାହିଁ । ରାଜ୍ୟରେ ଗରୀବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି । ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚତୁର ଭାବେ \nଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଗାରେ ଞ୍ଛମୋ ଆବାସ‛ ବୋଲି କହି ବିଜ୍ଞାପନ ଦେଉଛନ୍ତି । ଏହା ସଂଘୀୟ ବ୍ୟବସ୍ଥାରେ ରୁଗଣ ମାନସିକତାର ପରିଚୟ । ପୁର୍ବରୁ ରାଜ୍ୟ ସରକାର ଯେତେ ବିଜ୍ଞାପନ ଛପାଇଛନ୍ତି ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରଧାନମନ୍ତ୍ରୀ ଶବ୍ଦଟିକୁ ବାଦ ଦେଇ ସାଧାରଣ ଲୋକ ମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । କଚ୍ଚାଘରେ ରହୁଥିବା ଓଡିଶାର ସମସ୍ତ ଗରୀବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପଲବ୍ଧ କରାଇବା ପାଇଁ ହୋଇଥିବା ବିଜ୍ଞପ୍ତିରେ ମଧ୍ୟ ରାଜ୍ୟ ସରକାର ସମାନ ଭାବେ ଯୋଜନାର ନାମ ତଥା କେନ୍ଦ୍ର ସରକାରଙ୍କର ଯୋଜନାର ଚିହ୍ନବର୍ଣ୍ଣକୁ ଷଡଯନ୍ତ୍ର କରି ଲିପ୍ତ କରାଇ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି । ବିଜ୍ଞପ୍ତିରେ କେବଳ ପକ୍କା ଘର କହି ଲୋକମାନଙ୍କୁ ରାଜ୍ୟସରକାରଙ୍କ ଯୋଜନା ବୋଲି କହି ଭ୍ରମିତ କରିବା ରାଜ୍ୟସରକାରଙ୍କ ପୁରୁଣା ରୋଗ ।\ସେହିପରି ଏହି କାର୍ଯ୍ୟାଦେଶରେ ପ୍ରଧାନମନ୍ତ୍ରୀ ଆବାସ \nବୋଲି ଉଲ୍ଲେଖ ହେବା ଆବଶ୍ୟକ । କାର୍ଯ୍ୟାଦେଶକୁ ପଂଚାୟତ/ବ୍ଲକରେ ଦିଆନଯାଇ ବିଧାୟକଙ୍କ ସମୟ ସୁବିଧା ଅନୁସାରେ ବଂଟାଯିବା ପାଇଁ \nସ୍ଥଗିତ ରଖାଯାଉଛି । ଏହା ଫଳରେ ସମୟାନୁଯାୟୀ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି । ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହେବା ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତନ କରି ମୋ ଆବାସ‛ ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ।

ଆଜିବି ରାଜ୍ୟରେ ୩୦ଲକ୍ଷ ଲୋକଙ୍କ ପାଖରେ ପକ୍କା ଘର ନାହିଁ । ୧୧ ସେପ୍ଟେମ୍ବର ୨୦୧୮ ରେ ବିଧାନସଭା ପ୍ରଶ୍ନର ଉତରରେ ରାଜ୍ୟସରକାର କହିଥିଲେ କି, ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘର ରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି । ୨୦୧୭-୧୮ରୁ ୨୦୧୯-୨୦ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ଟଙ୍କାଟିଏ ବି ବ୍ୟୟବରାଦ କରିନଥିବା ବେଳେ କେନ୍ଦ୍ରସରକାର ୨୦୧୭-୧୮ରେ ୩ ହଜାର ୧୦୦ କୋଟି, ୨୦୧୮-୧୯ରେ ୩ହଜାର ୬୦୦ କୋଟି, ୨୦୧୯-୨୦ରେ ୪ ହଜାର ୮୨୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ଦେଇ ରାଜ୍ୟସରକାରଙ୍କ ‘ଲୋଗୋ’ଲଗାଇ ନିଜର ଆତ୍ମ ପ୍ରଚାର କରିଥିଲେ । କେନ୍ଦ୍ରସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାକୁ ନାଁ ଓ ଲୋଗୋ ବଦଳାଇ ରାଜ୍ୟସରକାର ‘ସୁକନ୍ୟା ସମୃଦ୍ଧି ଯୋଜନା- ଝିଅ ପାଇଁ ଚିଠି ଟିଏ’ କରି ବିଭିନ୍ନ ଗଣମାଧ୍ୟରେ ବିଜ୍ଞାପନ ପ୍ରକାଶ କରିଥିଲେ । ସେହିପରି ଟଙ୍କିକିଆ ଚାଉଳକୁ ନିଜ ନାଁରେ ନାମିତ କରିବାର ଅପଚେଷ୍ଟା ବି ରାଜ୍ୟ ସରକାର କରିଆସିଛନ୍ତି । ରାଜ୍ୟ ସରକାର ଞ୍ଛପର ଘର ତିଅଣରେ ଅତିଥୀ ସକ୍ରାର‛ କରୁଛନ୍ତି । ହୀନ ରାଜନୀତିରୁ ନିବୃତି ରହି କେନ୍ଦ୍ର ସରକାରଙ୍କ ଅନୁଦାନକୁ ସ୍ୱୀକାର କରିବା ସହ ସମସ୍ତ ବିଜ୍ଞପ୍ତି ଓ ବିଜ୍ଞାପନରେ ସ୍ପଷ୍ଟ ଭାବରେ ଞ୍ଛପ୍ରଧାନମନ୍ତ୍ରୀ ଆବାସ ଯୋଜନା‛ ଲେଖିବା ସହ ନିର୍ମାଣ ହେଉଥିବା ପକ୍କାଘରରେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା‛ ବୋଲି ଲେଖିବା ପାଇଁ ମହାମହିମ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ନେତୃବୃନ୍ଦ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହିଘେରାଓ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଗୋଲକ ମହାପାତ୍ର, କଟକରେ ସମୀର ଦେ, ନୟନ ମହାନ୍ତି, ଦିଲ୍ଲୀପ ମଲ୍ଲିକ ଓ ବ୍ରହ୍ମପୁର ମହାନଗରରେ ଭୃଗୁ ବକ୍ସିପାତ୍ର , ପୁରୀରେ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଅନୁଗୁଳରେ କାଳନ୍ଦୀ ସାମଲ ଓ ରୁଦ୍ରପାଣି, ଝାରସୁଗୁଡାରେ ଟଙ୍କଧର ତ୍ରିପାଠୀ, ବୀରମିତ୍ରପୁରରେ ବିଧାୟକ ଶଙ୍କର ଓରାମ, ଲାଠିକଟାରେ ସୁକେଶି ଓରାମଙ୍କ ନେତୃତ୍ୱରେ ହୋଇଥିଲା । ସେହିପରି ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡ, ନୂଆପଡା, କୋରାପୁଟ, ଗଂଜାମ, ବୌଦ୍ଧ, ସୋନପୁର ପୌର କାର୍ଯ୍ୟାଳୟ, ଛତ୍ରପୁର, ଆଠଗଡ, ବାଙ୍କୀ, ଦିଗପହଣ୍ଡି, କବିସୂର୍ଯ୍ୟନଗର, ନୀଳଗିରି ଏନଏସି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।

Spread the love