ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ରାଜ୍ୟ ବିଜେପିର ସ୍ୱାଗତ

ଭୁବନେଶ୍ୱର : ଆଜି କେନ୍ଦ୍ର କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଅଛି । ବିଶେଷ  ଭାବେ କୃଷି ଓ ଏମଏସ୍‌ଏମଇ କ୍ଷେତ୍ର ପାଇଁ ନିଆଯାଇଥିବା ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସାଧାରଣ ସଂପାଦକ  ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ  ନରେନ୍ଦ୍ର ସିଂ ତୋମାରଙ୍କୁ ଶ୍ରୀ ହରିଚନ୍ଦନ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଦିନରୁ କୃଷକ ଏବଂ କୃଷି ପାଇଁ ବିଭିନ୍ନ  ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଂଟାଲ ପ୍ରତି ୫୩ ଟଙ୍କା ବୃଦ୍ଧି କରି ୧୮୬୮ ଟଙ୍କା କରିଛନ୍ତି । ଏହି କାରଣରୁ ବିଶେଷ ଭାବେ ରାଜ୍ୟର ଚାଷୀକୁଳ ବହୁ ଉପକୃତ ହେବେ ।

ସେହିପରି ଧାନ  ବ୍ୟତୀତ ଅନ୍ୟାନ୍ୟ ୧୪ଟି ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ୫୦ ରୁ ୮୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଆଜିର  ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକ୍ରମେ ଓ କୃଷକଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ୩ ଲକ୍ଷ ଯାଏଁ ଋଣ ଉପରେ ୨ ପ୍ରତିଶତ ସୁଧ ଛାଡ କରାଯାଇଅଛି। ପଶୁପାଳନ ପ୍ରୋତ୍ସାହନ ପାଇଁ ୧୫ ହଜାର କୋଟି ଟଙ୍କା ଏବଂ ମତ୍ସ୍ୟଜୀବିଙ୍କୁ ପ୍ରୋତ୍ସାହନ ପାଇଁ ୨୦ ହଜାର କୋଟି ଟଙ୍କାର  ସହାୟତା ପ୍ରଦାନର ନିଷ୍ପତି ଗ୍ରହଣ କରାଯିବା ଓ ଚାଷୀଙ୍କ ଋଣ ଶୁଝିବା ତାରିଖ ୩୧ ଅଗଷ୍ଟକୁ ବୃଦ୍ଧି କରାଯିବା କାରଣରୁ ବର୍ତମାନର ପ୍ରତିକୁଳ ପରିସ୍ଥିତିରେ ନିଶ୍ଚିତ ଭାବେ ସମଗ୍ର ଚାଷୀ ସମାଜ ପାଇଁ ହିତକର ହେବବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସେହିପରି ବର୍ତମାନ ପରିସ୍ଥିତିରେ ସଂକଟରେ ଥିବା ଛୋଟ ଛୋଟ ଶିଳ୍ପ ସଂସ୍ଥା ଗୁଡିକକୁ ସୁବିଧାରେ ଋଣ ଯୋଗାଇ  ଦେବାର ନିଷ୍ପତି ଗ୍ରହଣ କରାଯାଇଛି । ଦେଶର ଅର୍ଥନୀତିରେଏମଏସଏମଇର ଭୁମିକା ବହୁ ଗୁରୁତ୍ୱପୁର୍ଣ୍ଣ। ଦେଶରେ ଥିବା ପାଖାପାଖି ୬ କୋଟି ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଋଣ ଦେବାର ଯୋଜନା କରାଯାଇଛି । ଏହି ନିଷ୍ପତି କାରଣରୁ ସହର ଓ ଗ୍ରାମାଂଚଳର ଲୋକେ ଲାଭବାନ ହେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Spread the love