କାହ୍ନୁ ଚରଣପତିଙ୍କ ଧର୍ମପତ୍ନୀଙ୍କ ଅକାଳ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର,୨୨/୧୦: ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ପୂର୍ବତନ ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବରିଷ୍ଠ କାର୍ଯ୍ୟକର୍ତା କାହ୍ନୁଚରଣ ପତିଙ୍କ ଧର୍ମପତ୍ନୀ ଶ୍ରୀମତି ବିଜୟଲକ୍ଷ୍ମୀ ପତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି  ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଧର୍ମପରାୟଣା ଓ ମିଷ୍ଟଭାଷୀ ସ୍ୱର୍ଗତାଃ ପତି ଅତ୍ୟନ୍ତ ପରପୋକାରୀ ଥିଲେ । ତାଙ୍କର ଅକାଳ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।  ଏଭଳି ଦୁଃଖଦ ସମୟରେ ଶ୍ରୀ ପତି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Spread the love