ସମୀର ମହାନ୍ତି ବିଜେପି ରାଜ୍ୟ ସଭାପତି

ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ ସେନେଇ ନିର୍ବାଚନ ହୋଇଥିଲା । ପୂର୍ବରୁ ରାଜ୍ୟ ବିଜେପି ଉପସଭାପତି ଥିବା ସମୀର ମହାନ୍ତିଙ୍କୁ ନୂଆ ରାଜ୍ୟ ସଭାପତି ଭାବେ ଘୋଷଣା କରାଯାଇଛି ।

ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏନେଇ ଶୁଭେଚ୍ଛା ଜଣାଇଥିବା ବେଳେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ବିରୋଧୀ ଦଳ ନେତା ପଦିପ୍ତ ନାୟକ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟର ଅନ୍ୟ ବରିଷ୍ଠ ନେତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି ।

 

Spread the love