୨୨ ଜିଲ୍ଲାରେ ତିଆରି ହେବ ୫୫ଟି ବସ୍‌ଷ୍ଟାଣ୍ଡ

ଭୁବନେଶ୍ବର ୨୩/୧୨ : ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ । ଯାତ୍ରୀଙ୍କ ଗମନାଗମନକୁ ସୁବିଧା କରାଇବା ପାଇଁ ୨୨ଜିଲ୍ଲାରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୨୨ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକକୁ ବସ୍‌ ସଂଯୋଗ କରାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

୨୨ ଜିଲ୍ଲାରେ ହେବାକୁ ଥିବା ନୂଆ ବସ୍‌ଷ୍ଟାଣ୍ଡ ଜିଲ୍ଲା ମୁଖ୍ୟାଳୟ ସମେତ ଆର୍ଥିକ କାରବାର ତଥା ପର୍ଯ୍ୟଟନ କ୍ଷେତ୍ରଗୁଡିକ ପାଇଁ ବେଶ ସହାୟକ ହେବ ।

Spread the love