ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଦ୍ଵାରା ଷ୍ଟେଟ ବିଜିନେସ ଆୱାର୍ଡ଼ ୨୦୨୩ ପ୍ରଦାନ

ଷ୍ଟେଟ ବିଜିନେସ ଆୱାର୍ଡ଼ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ଏହି ନିକଟରେ ଭୁବନେଶ୍ୱରର ଏକ ପଞ୍ଚ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମକୁ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଆୟୋଜନ କରିଥିବା ବେଳେ, ମୁଖ୍ୟ କ୍ୟାପଟେନ ରାଜେନ୍ଦ୍ର ନାରାୟଣ ଶତପଥି ,ଉପ ଅଧକ୍ଷ ସେଞ୍ଚୁ ରିଆନ ୟୁନିଭର୍ସିଟୀ ସ୍କୁଲ ଅଫ ମ୍ୟାରିଟିୟିମ ଷ୍ଟଡି ,ଶ୍ରୀଯୁକ୍ତ ସୁର ରାଉତରାୟ (ମାନ୍ୟବର ବିଧାୟକ ଜଟଣୀ) ,ଶ୍ରୀମତୀ ସୁଲୋଚନା ଦାସ (ମାନ୍ୟବର ମେୟର ଭୁବନେଶ୍ୱର) ,ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର(ପୂର୍ବତନ ବିଧାୟକ ବିଜେଡି) ,ଶ୍ରୀଯୁକ୍ତ ଆଲୋକ ଶ୍ରୀବାସ୍ତଵ(ମୁଖ୍ୟ ଅଧ୍ୟକ୍ଷ ଆପଲୋ ହସ୍ପିଟାଲ ଭୁବନେଶ୍ୱର) ଯୋଗ ଦେଇଥିଲେ।ମୁଖ୍ୟ ଭରତ ପ୍ରଧାନ ସ୍ବାଗତ ଭାଷଣ ରଖିଥିବା ବେଳେ ଅନୁଷ୍ଠାନର ସାମାଜିକ କାର୍ଯକ୍ରମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ଏତତ୍ ବ୍ୟତୀତ ଅନୁଷ୍ଠାନ ତରଫରୁ ୫ଜଣ ଅସହାୟ ଶିଶୁ ମାନଙ୍କୁ ବହି, ଖାତା ଓ ପେନ୍ ପ୍ରଦାନ କରାଯାଇଥିଲା।ମଞ୍ଚ ସଭା ପରେ ,୩୦ ଜଣ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଷ୍ଟେଟ ବିଜିନେସ ଆୱାର୍ଡ଼ ପ୍ରଦାନ କରାଯାଇଥିଲା,ତନ୍ମଧ୍ୟରେ ରହିଛନ୍ତି ରଶ୍ମିତା ରଣା,ଏନ୍.ଗଙ୍ଗାଧର ରେଡ୍ଡୀ, ମୀନାକ୍ଷୀ ମିଶ୍ର, ଲଲିତେନ୍ଦୁ ଦାସ, ସୁରଜ୍ କୁମାର ବେହେରା, ଅର୍ୟଶା ଦାସ, ଶୁଭଶ୍ରୀ ମଙ୍ଗରାଜ, ରୋଟରୀୟନ୍ ଡ଼.ପ୍ରସନ୍ନ ଚୌଧରୀ,ସିବିରା କୁମାର ପରିଡ଼ା ,ଦିପା ମିଶ୍ର, ଟିତନ୍ ସାହୁ, ଦେବୀ ପ୍ରସାଦ ମଙ୍ଗରାଜ ,ଆଶୁତୋଷ ପାଢ଼ି,ସଲମାନ୍ ଖୁଶ୍ରିଧ୍, ଏସ୍. ରନି, ଶରତ କୁମାର ସାହୁ ,ପ୍ରଦୀପ କୁମାର ଜେନା, ସୁନିଲ ମଙ୍ଗରାଜ, ଲଳିତ ମହାନ୍ତି, ସୋହମ୍ ସିଂହ, ବ୍ରାହ୍ମୀତ ଦାସ, ଜଗନ୍ନାଥ ପ୍ରସାଦ ସାହୁ,ରାଜୀବ ଲୋଚନ ସାହୁ, ରଞ୍ଜନ କୁମାର ଜେନା,ଶୁଭୋଜିତ୍ ପଣ୍ଡା, ସାମଲ,ସୁଧାଂଶୁ ନାରାୟଣ.

Spread the love