ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବକୁ ଅନୁମୋଦନ

 ରାଜ୍ୟ କ୍ୟାବିନେଟରେ ଆଜି ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୪ଟି ଜିଲ୍ଲାରେ ୧୧ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ନୟାଗଡ଼ ଜିଲ୍ଲାର ରଣପୁର ଓ ଓଡ଼ଗାଁ ବ୍ଲକରେ ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୩୯୫କୋଟି ୪୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ବରଗଡ଼ ଜିଲ୍ଲାର ୩ଟି, ଖୋର୍ଦ୍ଧା ଜିଲ୍ଲାର ୫ଟି ଓ କଳାହାଣ୍ଡି ଜିଲ୍ଲାର ୨ଟି ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁର ମିଳିଛି। ଏହାସହ କୋଭିଡ ପାଇଁ ମାର୍ଚ୍ଚ ୨୦୨୦ରୁ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଏସଡିସି ଓ ଏସଡିଇସିର ଭଡ଼ାକୁ ଛାଡ଼ କରିଛନ୍ତି ସରକାର। ସେହିପରି ଓଡିଶା ଗ୍ରୁପ୍‌-ବି, ସି, ଏବଂ ଡି ପୋଷ୍ଟଗୁଡିକ ପାଇଁ ନିୟମ (ରଦ୍ଦ ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା) ୨୦୨୨, ନିଯୁକ୍ତି ବିଭାଗରେ ଓଡିଶା ମୁଖ୍ୟଙ୍କ ସଂଶୋଧନ ଏବଂ ଜୁନିଅର ଆସିଷ୍ଟାଣ୍ଟ, ASO, SOs ନିୟମ-୨୦୧୯ ସେବାର ସର୍ତ୍ତକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।

Spread the love