ରାଜ୍ୟ କ୍ୟାବିନେଟ ବୈଠକ: ୨୦ଟି ପ୍ରସ୍ତାବ ଉପରେ ମୋହର

କରୋନା ସମୟରେ ରାଜ୍ୟ କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ୨୦୦୭-୨୦୧୭ ଶିଳ୍ପନୀତିରେ ସଂଶୋଧନ ହୋଇଛି । ଆଇପିଆର୍ ଇନସେଟିଭ୍ ଆମେଣ୍ଡମେଣ୍ଟକୁ ସଂଶୋଧନ କରି ଏଥର ଶିଳ୍ପସଂସ୍ଥାକୁ ସରକାର ଦେଇ ପାରିବେ ଭାଟ୍ । ଏଥିରେ ୩୦୦ ଶିଳ୍ପସଂସ୍ଥା ଲାଭ ପାଇପାରିବେ । ସେହିଭଳି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ ।କାରଖାନରେ ଓଭରଟାଇମ୍ ଡ୍ୟୁଟିକୁ ବୃଦ୍ଧିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ୩ ମାସରେ ୭୫ ଘଣ୍ଟା ବଦଳରେ ୧୧୫ ଘଣ୍ଟାକୁ ଓଭର ଟାଇମ୍ ବୃଦ୍ଧି କରାଯାଇଛି । ଶ୍ରମିକମାନେ ୨୪୦ ଦିନ ପରିବର୍ତ୍ତେ ୧୮୦ ଦିନରେ ନେଇପାରିବେ ଛୁଟି । ପଶ୍ଚିମଓଡ଼ିଶା ଜଳ ସଙ୍କଟ ଦୂର ପାଇଁ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପର ବ୍ୟୟବରାଦକୁ ମିଳିଲା ମଞ୍ଜୁରୀ ।ମୋଟ୍ ୧୧ଶହ ୩୮.୬୩ କୋଟି ଟଙ୍କା ଖର୍ଚ୍ଚ ହେବ । ୧୨୪ ଗ୍ରାମ ୨୫ ହଜାର ୬୦୦ ହେକ୍ଟର ଜମି ହେବ ଜଳସେଚିତ । ପ୍ରକଳ୍ପ ଯୋଗୁଁ ୨୧୧ଟି ଗ୍ରାମର ଲୋକେ ଉପକୃତ ହେବେ । ଏହାସହ ୩ବର୍ଷ ଭିତରେ ପ୍ରତିଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ମୋଟ ୨୦ଟି ପ୍ରସ୍ତାବକୁ ମଂଜୁରୀ 
-ଶିଳ୍ପାୟନ ଦିଗରେ ଆଗକୁ ବଢ଼ିବା ପାଇଁ ନିଷ୍ପତ୍ତି ।
-ଶିଳ୍ପ ପାଇଁ ଯେଉଁ ନୂଆ ଯୋଜାନା: ୩୦୦ କାରଖାନା ଓ ୫୦ ହଜାର ଶ୍ରମିକ ହେବେ ଲାଭବାନ ।
-୨୦୦୭ ଓ ୨୦୧୫ ଶିଳ୍ପନୀତିରେ ସଂଶୋଧନକୁ ପ୍ରସ୍ତାବ ।
-କାରଖାନାରେ ଓଭର ଟାଇମ ବୃଦ୍ଧିକୁ ମଂଜୁରୀ ।
-୩ ମାସରେ ୭୫ ଘଣ୍ଟା ଓଭର ଟାଇମ ୧୧୫ ଘଣ୍ଟାକୁ ବୃଦ୍ଧି ।
-୨୪୦ ଦିନ ବଦଳରେ ୧୮୦ ଦିନ ପରେ ଜଣକୁ ଛୁଟି ମିଳିପାରିବ ।
-ମହିଳା କର୍ମଚାରୀଙ୍କୁ ରାତ୍ରୀକାଳୀନ ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି ମିଳିବ ।
-ସ୍ୱାସ୍ଥ୍ୟ ସେବାରେ ନିର୍ମଳ ଯୋଜନାର ଅବଧି ବୃଦ୍ଧି । ୫ ବର୍ଷ କାମ କରିବ ।
-ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ କାମ କରିବ । ସରକାରୀ ହସ୍ପିଟାଲର ଉନ୍ନତି ହେବ ।
-ଏପିଡେମିକ ଡିଜିଟ ଆକ୍ଟରେ ସଂଶୋଧନ ପ୍ରସ୍ତାବକୁ ମୋହର ।
-ଏପିଡେମିକ ନିୟମ ଉଲ୍ଲଂଘନ କଲେ ଏକ ଲକ୍ଷ ଟଙ୍କା ଯାଏଁ ଜରିମାନା ଲାଗୁ ହେବ ।
-ସହରାଂଚଳ ବସ୍ତିର ଉନ୍ନତି ପାଇଁ ଅର୍ଥ ଖର୍ଚ୍ଚ ।
-ଓଡ଼ିଶା ହେଲଥ ଆସ୍ୟୁରାନ୍ସ ସୋସାଇଟି ଗଠନ ହେବ ।
-୭୦ଲକ୍ଷ ପରିବାର ୫ ଲକ୍ଷ ପର୍ଯ୍ୟନ୍ତ ସ୍ଥ୍ୟାସ୍ଥ୍ୟ ସୁବିଧା ପାଇବେ ।
-ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସହାୟତା ପରିମାଣ ୧୦ ଲକ୍ଷ ଅଧିକ ।
-ବିଜୁ କୃଷକ ବୀମାଧାରୀ ସହ ଅନ୍ୟ ହିତାଧିକାରୀଙ୍କୁ ଲାଭ ।
-ଗ୍ରୁପ-ସି ପରୀକ୍ଷା ପାଇଁ କେବଳ ଲିଖିତ ପରୀକ୍ଷା କରାଯିବ ।
-ପୁରୀ ଶ୍ରୀମନ୍ଦିର ଜମିହରାଙ୍କୁ ଥଇଥାନ ।

Spread the love