କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ୫ରେ ଦିଲ୍ଲୀରେ ପହଞ୍ଚିବେ  ସମସ୍ତ ବିଧାୟକ। ଏଠାରେ ରାହୁଲ ଗାନ୍ଧୀ ସେମାନଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ତାହାଛଡ଼ା ଦଳରେ ଲାଗି ରହିଥିବା ପିସିସି ସଭାପତି ଚୟନ ଉପରେ ଏହି ଡାକରା ରୋକ୍‌ ଲାଗାଇପାରେ; କାରଣ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବା ପରେ ନୂତନ ପିସିସି ସଭାପତି ଚୟନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଧାୟକମାନଙ୍କୁ ଦିଲ୍ଲୀରୁ ଡାକରା ଆସିଥିବା ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି ।

Spread the love