ଆବଶ୍ୟକ ପଡିଲେ ସ୍ଥିତିର ତର୍ଜମା କରାଯିବ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

କରୋନାର ନୂଆ ଷ୍ଟ୍ରେନ୍‌କୁ ଦେଶର କେତେକ ରାଜ୍ୟରେ ଭୟର ବାତାବାରଣ ଖେଳି ଯାଇଛି। ସଂପୃକ୍ତ ରାଜ୍ୟମାନଙ୍କରେ ପୁଣି ଲକଡାଉନ୍ ଫେରିଛି। ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଆମେ କୋଭିଡର ସଠିକ ମୁକାବିଲା କରି ସଫଳତା ପାଇଛୁ। ପୂର୍ବଭଳି ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବଜାଇ ରଖନ୍ତୁ। ଏଥିରୁ ବିଚ୍ୟୁତ ହେବା ଉଚିତ୍ ନୁହେଁ।
ସେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି, ‘ ଆମେ ସଚେତନ ରହିବା ଦରକାର’। ଆମର ଯଦିଓ ଭୟାବହତା ନାହିଁ, ତଥାପି ଏହାକୁ କାଜୁଆଲି ନେବା ଉଚିତ୍ ନୁହେଁ। ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ, ସ୍କୁଲ ବନ୍ଦ କିମ୍ବା ଲକଡାଉନ୍ ସମ୍ପର୍କରେ ବିଶେଷ ପରିସ୍ଥିତି ଆସିଲେ, ସେ ସଂପର୍କରେ ଚିନ୍ତା କରାଯିବ।ବର୍ତ୍ତମାନ ଏସ୍ଓପି ଅନୁଯାୟୀ ସ୍କୁଲ ଚାଲିଛି।ଅବସ୍ଥାକୁ ଦେଖି ବିଚାର କରାଯିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।

Spread the love