ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସ୍‌ମିଟ୍‌: ତୃତୀୟ ପର୍ଯ୍ୟାୟରେ ମୋଟ ୭୧% ମତଦାନ

ଭୁବନେଶ୍ୱର, ୨୦/୦୨: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏନେଇ ପ୍ରେସ୍‌ମିଟ୍‌ କରି ନିର୍ବାଚନ କମିଶନର୍‌ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ସୂଚନାନୁସାରେ ୭୧ ପ୍ରତିଶତ ମତଦାନ ହୋଇଛି । କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଆଇନ୍‌ଶୃଙ୍ଖଳା ପରିସ୍ଥିତି ପାଇଁ ମତଦାନରେ ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ପାଇବା ପରେ ପଦକ୍ଷେପ ନିଆଯିବ ବୋଲି କମିଶନର୍‌ କହିଛନ୍ତି ।

ଏଥିସହିତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନନଙ୍କୁ ଆକ୍ରମଣ ଘଟଣାରେ କମିଶନର୍‌ ଦୃଢ଼ ନିନ୍ଦା କରିଛନ୍ତି । ଏଥି ସହିତ ଏହି ହିଂସା ସହିତ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍‌ ।

Spread the love